ଅଯୋଧ୍ୟା ରେ ରାମଲାଲାଙ୍କ ମନ୍ଦିର ଓ ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ସିଂଡୋବ ଗ୍ରାମରେ ଅକ୍ଷତ ଓ ନିମନ୍ତ୍ରଣ

ହାଟଡିହ, (ବିକାଶ ବିଶ୍ୱାଳ):ଅଯୋଧ୍ୟାରେ ୨୨ଜାନୁଆରୀରେ ହେବାକୁ ଥିବା ପ୍ରଭୁ ରାମଲାଲା ଙ୍କ ମନ୍ଦିର ଓ ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ଵଞ୍ଚୋ ପଞ୍ଚାୟତ ସିଂଡୋବ ଗ୍ରାମରେ ଭଜନ କୀର୍ତ୍ତନ ସହ ଘରକୁ ଘର ଯାଇ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ସହ ଶ୍ରୀ ରାମଙ୍କ ଫଟୋ ବଣ୍ଟନ କରାଯାଇଥିଲା। ଏଥିରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ଦୀପ୍ତି ଖୁଣ୍ଟିଆ, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ରାଉତ, ସୁଭାଦ୍ରୀ ବଳିଆର ସିଂ, ସୁରେନ୍ଦ୍ର ସାହୁ, ଶକ୍ତିକେନ୍ଦ୍ର ପ୍ରମୁଖ ସୁରେନ୍ଦ୍ର ବିଶ୍ୱାଳଙ୍କ ସମେତ ଗ୍ରାମର ପ୍ରତିମା ବେହେରା, ଜାନକୀ ଦେହୁରୀ,ଅଞ୍ଜଳି ବେହେରା, କଣ୍ଢେଇ ବେହେରା, ନିରଞ୍ଜନ ବେହେରା, ପୂର୍ଣଚନ୍ଦ୍ର ଖଟୁଆ, କୃଷ୍ଣ ବେହେରା ସ୍ବପନେଶ୍ୱର ବେହେରା, ଲକ୍ଷ୍ମୀଧର ବେହେରା, ମକୁନ୍ଦ ନାୟକ, ଗୌରହରି ବେହେରା, ଉମାକାନ୍ତ ବେହେରା, କାଳନ୍ଦୀ ଖଟୁଆ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଭଜନ କୀର୍ତ୍ତନରେ ଗ୍ରାମ ପରିକ୍ରମା କରି ଘରକୁ ଘର ବୁଲି ଅକ୍ଷତ, ନିମନ୍ତ୍ରଣ ପତ୍ର ସହ ଶ୍ରୀ ରାମଙ୍କ ଫଟୋ ବଣ୍ଟନ କରିଥିଲେ। ଗ୍ରାମର ମହିଳା ପୁରୁଷ ମାନେ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ର ସହ ଶଙ୍ଖ ହୁଳହୁଳି ରେ ଅଯୋଧ୍ୟା ରୁ ଆସିଥିବା ପବିତ୍ର ଅକ୍ଷତ ଓ ନିମନ୍ତ୍ରଣ କୁ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ