୨୮ଟି ବିଦ୍ୟାଳୟ 5 ଟି ମାଧ୍ୟମରେ ରୂପାନ୍ତରଣ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଚତୁର୍ଥ ପର୍ଯ୍ୟାୟ ୫-ଟି ରୂପାନ୍ତରିତ ମାଧ୍ୟମରେ ଗଜପତିରେ ୨୮ଟି ହାଇସ୍କୁଲକୁ ଶନିବାର ଭଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୋହନା ଆଲିଗଣ୍ଡା ସିଏନ୍ ନିର୍ମଳା ବାଳିକା ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଯୋଗ ମୁଖ୍ୟ ଅତିଥି ଭାବେ ଶିକ୍ଷାକ୍ଷେତ୍ରରେ ଦେଇ ରୂପାନ୍ତରଣର ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି। ରୂପାନ୍ତରଣ ଦ୍ଵାରା ବିଦ୍ୟାଳୟ ଭିଭି ଭୂମିର ବିକାଶ ସହ ପିଲାମାନେ ଅତ୍ୟାଧୁ ପ୍ରଣାଳୀରେ ଅଧ୍ୟୟନ କରିବା ସୁଯୋଗ ପାଇଛନ୍ତି। ଶିକ୍ଷା ସହ ସବୁ ବିଭାଗର ରୂପାନ୍ତରଣ ଯୋଗୁଁ ଓଡ଼ି ଶାର ସାମଗ୍ରିକ ବିକାଶ ହୋଇପାରିଛି। ସେଥିପାଇଁମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ। ଜିଲ୍ଲାପାଳ ସ୍ମୃତି ରଞ୍ଜମ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଳକ୍ ଅଧ୍ଯକ୍ଷ ରଞ୍ଜୀବ ଶବର ଯୋଗ ଦେଇଥିଲେ । ୧୦ମ ଶ୍ରେଣୀ ଛାତ୍ରୀ ନିର୍ମଳା ପାଲ୍ ବିଦ୍ୟାଳୟର ୫-ଟି ରୂପାନ୍ତରିତ ସମ୍ପର୍କରେ ନିଜ ଅନୁଭୂତି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ