ଆପଣ୍ଡା ଛକ ନିକଟରେ ବାଇକ ଅଟୋ ମୁହାଁ ମୁହିଁ ଧକ୍କା, ତିନି ଆହତ
ହାଟଡିହି, (ବିକାଶ ବିଶ୍ୱାଳ ) : ଆନନ୍ଦପୁର-ଭଦ୍ରକ ରାସ୍ତାର ଆପଣ୍ଡା ଛକ ନିକଟରେ ଅଟୋ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ତିଜଣ ଗୁରୁତର ଆହତ ହୋଇଛନ୍ତି ।ସୁଚନାରୁ ଜଣାଯାଇଛି ଯେ ଆଜି ସନ୍ଧ୍ୟା ୫ଟାବେଳେ ଦୁଇଜଣ ଯୁବକ ଏକ ବାଇକରେ ଦ୍ରୁତ ଗତିରେ ଭଦ୍ରକ ଆଡକୁ ଯାଉଥିବା ସମୟରେ ସମ୍ମୁଖରୁ ଆସୁଥିବା ଏକ ଅଟୋ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏଥିରେ ଅଟୋ ଚାଳକଙ୍କ ସମେତ ଦୁଇ ବାଇକ ଆରୋହୀ ରାସ୍ତା କଡକୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।