ଗୁଡ଼ିରେ ପ୍ରକୃତି ପ୍ରେମର ଝଲକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବନ୍ଧୁମିଳନ, ଭାଇଚାରା ଓ ସଂକ୍ରାନ୍ତିର ଶ୍ରେଷ୍ଠ ପର୍ବ ‘ମକର’କୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଆଦିବାସୀ ପଲ୍ଲୀ, କନ୍ଦଳେଇର ବନବାସୀମାନେ ବେଶ୍ ଆନନ୍ଦ ଓ ଉତ୍ସାହର ସହ ନିଆରା ଢ଼ଙ୍ଗରେ ପାଳି ସାରା ବିଶ୍ୱକୁ ଦେଇଛନ୍ତି ପ୍ରକୃତି ପ୍ରେମର ବାର୍ତ୍ତା । ସଂପ୍ରତି ବିଶ୍ୱରେ ସୃଷ୍ଟି ହୋଇଥିବା ଜଳବାୟୁର ଜ୍ୱାଳାରୁ ବିଶ୍ୱବାସୀ କିପରି ଆଶ୍ୱସ୍ତି ଲାଭ କରିପାରିବେ ଏ ନେଇ ଜନସଚେତନତା ଉଦ୍ଦେଶ୍ୟରେ ରଙ୍ଗ ବେରଙ୍ଗ କାଗଜରେ ବନବାସୀମାନେ ଗୁଡ଼ି ତିଆରି କରି ଗୁଡ଼ି ଉପରେ ପରିବେଶ ସୁରକ୍ଷା ସମ୍ପର୍କିତ ମନଛୁଆଁ ସ୍ଳୋଗାନ୍ ଲେଖି ସାରା ବିଶ୍ୱକୁ ଦେଇଥିଲେ ପରିବେଶ ସୁରକ୍ଷାର ବାର୍ତ୍ତା । ସାମାଜିକ ଅନୁଷ୍ଠାନ “ବୁଲ୍‌ସଆଇ” ପକ୍ଷରୁ ଆୟୋଜିତ ଏହି ମକର ପରବରେ ଅତିଥି ରୂପେ ପରିବେଶବିତ୍ ସୁଶାନ୍ତ ସାହୁ ଯୋଗଦେଇ ବନବାସୀଙ୍କ ଏଭଳି ମହତ୍ ଚିନ୍ତାଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ “ବୁଲ୍‌ସଆଇ”ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ସମ୍ପାଦକ ବାପିନା ନାୟକ, କୋଷାଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଯୋଗଦେଇ ମକର ପର୍ବର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ