ଜିଲ୍ଲାକୁ ମେଡିକାଲ କଲେଜ ନାହିଁତ ସରକାରକୁ ଖଜଣା ନାହିଁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ହାତୀ ନେ, ଘୋଡା ନେ, ମୋ ପେଙ୍କାଳି ବଜାଇ ଦେ କହି ନବୀନ ସରକାର ନିରବଛିନ୍ନ ଭାବେ ପଚିଶ ବର୍ଷ କ୍ଷମତାରେ ରହିଥିଲେ ବି କେନ୍ଦ୍ରାପଡା ଜିଲ୍ଲା ବିକାଶରେ ତଳ ଆଡୁ ପ୍ରଥମ । ଜିଲ୍ଲାରେ ରେଳ ସେବା ନାହିଁ, ଶିଳ୍ପ ନାହିଁ, ଶୀତଳ ଭଣ୍ଡାର ନାହିଁ, କୃଷିର ବିକାଶ ନାହିଁ । ଜାତୀୟ ରାଜପଥ ଓ ରେଳ ଧାରଣାରେ ପ୍ରତିଦିନ ଲୋକ ମରୁଛନ୍ତି । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଜିଲ୍ଲାରେ ଡାକ୍ତରୀ ପଦବୀ ଖାଲି । ନୂଆ ମେଡିକାଲରେ କୌଣସି ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ । ଛୋଟ ରୋଗ ପାଇଁ କଟକ, ଭୁବନେଶ୍ୱର ପଠାଯାଉଛି । ଜିଲ୍ଲାବାସୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି କରୁଥିଲେବି ବାରଓଳି ଶୁଣ୍ଢିପିଣ୍ଢା ହେଉଥିଲେ ବି କେବଳ ଲଲିପପ ଦିଆଯାଉଛି । ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଗତ ୨୦୧୬ମସିହାରୁ ଲଗାତାର ଭାବେ ଆନ୍ଦୋଳନ କରିବା ସହିତ ଜିଲ୍ଲାର ପାଞ୍ଚଜଣ ବିଧାୟକଙ୍କ ସହିତ ଦୁଇ ଜଣ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନି । ଜିଲ୍ଲା ପାଳ ଅଫିସ ସମ୍ମୁଖରେ ଗଣଧାରଣା, ପଦଯାତ୍ରା, ରାଜ୍ୟପାଳ ଅଫିସ ସମ୍ମୁଖରେ ଧାରଣା, ସହିଦ ବାସୁ ବିସୁନି ପୀଠରୁ ବାଇକ ରାଲି ଓ ଗରାପୁରଛକସ୍ଥିତ ଜାତିର ପିତା ଗାନ୍ଧୀ ମୂର୍ତି ନିକଟରେ ୧୮ଦିନ ଗଣଧାରଣା ସହିତ ଦୁହୁରିଆ ନିକଟରେ ଦିନିକିଆ ଅର୍ଥନୈତିକ ଅବରୋଧ ଏହି ସମୟ ମଧ୍ୟରେ ସଂଗଠିତ କରାଯାଇଛି । ଦଳ ମତ ନିର୍ବିଶେଷରେ ଜିଲ୍ଲାବାସୀଙ୍କର ଗୋଟିଏ ସ୍ୱପ୍ନ ଜିଲାରେ ମେଡିକାଲ କଲେଜ ହେଉ । ଦୁର୍ଭାଗ୍ୟର କଥା ନବୀନ ସରକାର କୁମ୍ଭକର୍ଣ ନିଦ୍ରାରେ ଶୋଇଛି । ତେଣୁ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛି ମେଡିକାଲ କଲେଜ ନହେଲେ ଖଜଣା ନଦେବାକୁ । ଦାବିକୁ ଆହୁରି ତୀବ୍ର କରିବା ପାଇଁ ଜିଲ୍ଲାର ସମସ୍ତ ବ୍ଲକରେ ଆନ୍ଦୋଳନ କରିବା ଏବଂ ସମସ୍ତ ପଂଚାୟତ ମାନଙ୍କରେ ସଭାସମିତି କରି ଜନ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏହାସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଭେଟି ଦାବି ଜଣାଇବାକୁ ସ୍ଥିର ହୋଇଛି । ଜିଲ୍ଲା ବିକାଶ ସମ୍ମୁଖ୍ୟ ସଭାଗୃହରେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ଅଜୟ ସାମଲ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ସନ୍ଦିପ୍ତ ଦାସ, ଆଦିକନ୍ଦ ରାଉଳ, ଫକୀର ଖଟୁଆ, ରାଜକୁମର ବିଶ୍ୱାଳ, ନରୋତ୍ତମ ପାର୍ଥସରଥୀ, ମୁକ୍ତାର ଖାଁ, ସୂର୍ଯ୍ୟକାନ୍ତ ପରିଡା, ବୈଷ୍ଣବ ଚରଣ ସ୍ୱାଇଁ, ଏଲିନା ସାମନ୍ତରାୟ, ଭାଗିରଥି ଜେନା, ଗଣେଶ ମେକାପ, ନାରାୟଣ ଚନ୍ଦ୍ର ପରିଡା, ମହମଦ ସାହିଲ ଫାୟାଜ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ମହେନ୍ଦ୍ର ପରିଡା, ଦାଶରଥି ସାହୁ, ଧରଣୀଧର ସୁଆର, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଆରମ୍ଭରେ ଜିଲ୍ଲାର ଏହି ସମୟ ମଧ୍ୟରେ ମୃତ୍ୟୁବରଣ କରିଥିବା କୃତି ସନ୍ତାନ ପୂର୍ବତନ ରାଜ୍ୟସଭା ସଦସ୍ୟା ତଥା ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀ, ଡାକ୍ତର ରାଜକିଶୋର ତ୍ରିପାଠୀ, ବିଜେଡି ନେତା ଦେବଦାସ ମହାନ୍ତି, ଶୈଳେନ୍ଦ୍ର ନାରାୟଣ ଦାସ, କଂଗ୍ରେସ ନେତା ଅନନ୍ତ ଚରଣ ସ୍ୱାଇଁ ପ୍ରମୁଖଙ୍କ ଉଦେଶ୍ୟରେ ଏକ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ