ୱାରେଣ୍ଟ ବଳରେ ଜଣେ ଗିରଫ କୋର୍ଟ ଚାଲାଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ୱାରେଟ ବଳରେ ଜଣେ ଅଭିଯୁକ୍ତ ଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଅଭିଯୁକ୍ତ ଜଣକ ଚୁଡ଼ଙ୍ଗପୁର ପଞ୍ଚାୟତ ର ଚିନ୍ତାଖାଳୀ ଗ୍ରାମର ସନ୍ତୋଷ ନାୟକ(୩୭) ବୋଲି ଜଣାପଡ଼ିଛି।ସନ୍ତୋଷ ନାୟକ ଉପରେ ଘର ପୋଡ଼ି ମାମଲାରେ ପାଟପୁର ଥାନା ରେ କେସ ନମ୍ୱର୍ ୧୭୨/୧୯ ରୁଜୁ ରହିଥିବା ବେଳେ ସେ ୨୦୧୯ ମସିହାରୁ ଫେରାର ରହିଥିବା ବେଳେ ଉକ୍ତ ବ୍ୟକ୍ତି ଗାଁ କୁ ଆସିଥିବା ପୋଲିସ ଖବର ପାଇ ଅଚାନକ ଚଢ଼ାଉ କରି ସନ୍ତୋଷ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ଏ ନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ