ଗଜପତିର ସୁଯୋଗ୍ୟ ମୋମରିଏଲ ଭଲିବଲ୍ ଟୁର୍ଣାମେଣ୍ଟ ଉଦଯାପୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ମିନି ଷ୍ଟାଡିୟମରେ ଡେଭିଡ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ୧୦ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ସୁଯୋଗ୍ୟ ମେମୋରିଆଲ ଭଲିବଲ୍ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଟୁର୍ଣାମେଣ୍ଟରେ ଗଜପତି,ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବଛା ବଛା ୮ଟି ଦଳ ଭାଗ ନେଇଥିଲେ। ଫାଇନଲ ମ୍ୟାଚରେ ମୋହନା ସ୍ମାର୍ଟ-୬ ଓ ପାଣି ଗଣ୍ଡା ଦଳ ମଧ୍ୟରେ ଖେଳା ଯାଇଥିଲା। ମୋହନା ସ୍ମାର୍ଟ-୬ ପାଣିଗଣ୍ଡା ଦଳକୁ ପରାସ୍ତ କରି ବିଜେତା ଘୋଷିତ ହୋଇଛି। ଏହି ପ୍ରତିଯୋଗିତାର ବେଷ୍ଟ ନେଟର ଭାବେ ରୂପା, ବେଷ୍ଟ ହିଟର ଜିମି,ବେଷ୍ଟ ପ୍ଲେୟାର ଆନାକୋଣ୍ଡା ଓ ଶୃଙ୍ଖଳିତ ଦଳ ଭାବେ ଦାରିଙ୍ଗିବାଡି ଦଳକୁ ପୁରସ୍କୃତ କରାଯାଇଛି। ଫାଇନେଲ ମେଚରେ ମୁଖ୍ୟ ଅତିଥି ଭାବେ ବିଜେଡି ଯୁବ ନେତା ଈ ରୁପେସ ପାଣିଗ୍ରାହୀ, ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ମାରୂତ ପାଳ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଶ୍ରୀ ଜେମସ ରାଇକା,ଜ୍ଞାନ ରଞ୍ଜନ ଜେନା,ବିଜେଡି ଜିଲ୍ଲା ସମ୍ପାଦକ ଦେବଚନ୍ଦ୍ର ପ୍ରଧାନ ଓ ସମାଜସେବୀ ଶ୍ରୀ ଭୁବନେଶ୍ୱର ପାଣି ଯୋଗ ଦେଇ ବିଜୟୀ ଦଳକୁ ୪୦ହଜାର ସହ ଟ୍ରଫି ଓ ଉପବିଜେତା ଦଳକୁ ୩୦ ହଜାର ଟ୍ରଫି ପ୍ରଦାନ କରାଯାଇଛି।୧୦ ଦିନ ବ୍ୟାପି ଚାଲିଥିବା ତୂର୍ଣାମେଣ୍ଟକୁ ଅଜିଅ ବଡ଼ ନାୟକ,ପ୍ରୀତମ ପାଳ, ମାଇକେଲ ଷଡ଼ଙ୍ଗୀ,ନିରୋଜ ଷଡ଼ଙ୍ଗୀ,କ୍ଲିଣ୍ଡନ ରାଉଳ,ସୁବାସୀଷ ଏଡ଼ଲା,ଧ୍ୟାନେସ ଲିମ୍ମା,କୁମାର ପାଣି ଓ ସନ୍ତସ ଦଣ୍ଡେସେନା,ପରିଚାଳନା କରିଥିଲେ।ଡେଭିଡ ୟୁଥ୍ କ୍ଳବ୍ ପକ୍ଷରୁ ସ୍ଥାନୀୟ ପୋଲିସ କର୍ମଚାରୀ ଓ ସାଧାରଣ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବାଦକ ଧର୍ମେନ୍ଦ୍ର ପାଣି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ