ମକର ସଂକ୍ରାନ୍ତି ଓ ପୋଙ୍ଗାଲ ପାଇଁ ପାରଳା ସହର ଉତ୍ସବ ମୁଖରିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମକର ସଂକ୍ରାନ୍ତି ଓ ପୋଙ୍ଗାଲ ପାଳନ ନେଇ ସହର ଉତ୍ସବ ମୁଖରିତ ହୋଇଉଠିଛି. ଆଜି ଭୋର ସକାଳୁ ପାରଳା ସହରର ଶ୍ରୀଜଗନ୍ନାଥ ମନ୍ଦିର ସମେତ ପ୍ରାୟ ସମସ୍ତ ମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ଜମିଥିଲା. ଭକ୍ତମାନେ ମନ୍ଦିର ଗୁଡିକରେ ମକର ସଂକ୍ରାନ୍ତି ଅବସରରେ ପୂଜା ପାଠ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ. ସେହିପରି ଆଜି ତେଲୁଗୁ ସମ୍ପ୍ରଦାୟର ପୋଙ୍ଗାଲ ଓ ମକର ସଂକ୍ରାନ୍ତି ହୋଇଥିବାରୁ ପ୍ରତେକ ନୂତନ ବସ୍ତ୍ର ପରିଧାନ କରି ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ପୋଙ୍ଗାଲକୁ ନେଇ ବିଭିନ୍ନ ନୃତ୍ୟ ଗୀତର ଅସାର ଜମାଇ ଥିଲେ. ସେହିପରି ପୋଙ୍ଗାଲକୁ ସ୍ୱାଗତ ଜଣାଇ ପାରଳାଖେମୁଣ୍ଡି ସହରରେ ନିଜ ନିଜ ଘର ସମ୍ମୁଖରେ ମହିଳାମାନଙ୍କ ଝୋଟି ଅଙ୍କନ ପ୍ରତିଯୋଗିତା ଦେଖା ଦେବା ସହ ବହୁ ଆକାଶରଣୀୟ ଝୋଟିର ସମ୍ଭାର ପାରଳା ସହରକୁ ଆହୁରି ଉତ୍ସବ ମୁଖରିତ କରିପାରିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ