ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ମକର ମିଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାଗୃହରେ ସଭାପତି ଇଂ. ବନମାଳୀ ନାୟକଙ୍କ ପୌରୋହିତ୍ୟରେ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀରମୋହନଙ୍କ ୧୮୨ ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମକର ସଂକ୍ରାନ୍ତି ଉତ୍ସବ ଉପଲକ୍ଷେ ମକର ବଣ୍ଟନ କରି ପରସ୍ପର ମଧ୍ୟରେ ସୁସମ୍ପର୍କର ଏକ ବାତାବରଣ କରାଯାଇଥିଲା । ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କ ମଧ୍ୟରୁ ଶ୍ରୀ ଦେବେନ୍ଦ୍ର ଚୌଧୁରୀ, ସାବିତ୍ରୀ ଦାସ, ସଂଗଠନ ସମ୍ପାଦକ ସୁଜିତ୍ କୁମାର ଜେନା, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ଅର୍ଥସମ୍ପାଦକ ଦାମୋଦର ନାୟକ, ଜ୍ଞାନେନ୍ଦ୍ର ସାହୁ, ଫକୀରମୋହନ ଭାଷା ସାହିତ୍ୟର ସ୍ରଷ୍ଟା, ତାଙ୍କର ନିଷ୍ଠା, ପ୍ରଚେଷ୍ଟା ପାଇଁ ଓଡ଼ିଆ ଭାଷା ତାର ଗୌରବରକ୍ଷା କରିପାରିଛି ବୋଲି କହିଥିଲେ । ଆମ ଜାତି ଓ ଭାଷା ପାଇଁ ଫକୀରମୋହନ ବାଲେଶ୍ୱରବାସୀଙ୍କ ପାଇଁ ସର୍ବଦା ଓ ସବୁକ୍ଷେତ୍ରରେ ସମ୍ମାନସ୍ପଦ । ଆମେ ତାଙ୍କର ଦାୟାଦ ଭାବରେ ଭାଷାର ମର୍ଯ୍ୟାଦା ରକ୍ଷା ପାଇଁ ଯତ୍ନବାନ ହେବୁ ବୋଲି ସମସ୍ତେ ଦୃଢ଼ ଶପଥ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ପାଣି, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ଲମ୍ବୋଦର ଗିରି, ରାମଚନ୍ଦ୍ର ବାଗ, ସ୍ୱଦେଶ ରଞ୍ଜନ ମହାପାତ୍ର, କେଶବ ଚନ୍ଦ୍ର ମହାନ୍ତି, ସତ୍ୟନାରାୟଣ ନାୟକ ଇତ୍ୟାଦି ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଶ୍ରୀ ବସନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।
ସଦୟ ପ୍ରକାଶନ ପାଇଁ ନିବେଦନ


