ନୟାହାଟ କଲେଜ ର ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ କଲେଜ ରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ଇତିହାସ ବିଭାଗ ଅଧ୍ୟାପକ ଶୁକଦେବ ନାୟକ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଇଂରାଜୀ ବିଭାଗ ଅଧ୍ୟାପକ ରତିକାନ୍ତ ଦାସ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଆ ବିଭାଗ ଅଧ୍ୟାପିକା ପ୍ରିୟମ୍ବଦା ମହାପାତ୍ର ସଂଯୋଜନା କରିଥିଲେ। ମାଷ୍ଟର ଟ୍ରେନର ଭାବେ ହାପିଲତା ନାୟକ ପ୍ରାୟ ୧୩୩ ଜଣ ଛାତ୍ରୀ ଙ୍କୁ ଆତ୍ମରକ୍ଷା ର ବିଭିନ୍ନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ ସୂତ୍ରରୁ ଜଣାପଡିଛି।


