ପୁରୀ ଠାରୁ ପଲ୍ଲୀ ଜଗନ୍ନାଥମୟ ପରିବେଶ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୁରୀ ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିବାବେଳେ ଗଜପତି ମହାରାଜା ଆୟୋଜିତ ଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ଏହି ଉତ୍ସବ ରେ ଗାଁ ଗହଳି ର ଜନସାଧାରଣ ଙ୍କୁ ସାମିଲ କରିବାକୁ ସରକାର ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ରେ ଅନେକ ବ୍ୟବସ୍ଥା ଗ୍ରହଣ କରିଥିଲେ। ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ,ନୟାହାଟ ଅଞ୍ଚଳ ର ପ୍ରତ୍ୟେକ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗାଁ ଗଣ୍ଡା ର ଲୋକମାନେ ଯେପରି ଉତ୍ସବ କୁ ଦେଖିପାରିବେ ସେଥିପାଇଁ ବଡ଼ ବଡ଼ ଏଲ ସି ଡ଼ି ଲଗାଯାଇ ଉତ୍ସବ ର ସିଧା ପ୍ରସାରଣ କରାଯାଇଥିଲା। ଏଥି ସହିତ ସେମାନଙ୍କ ଖାଇବା ପିଇବା ର ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁର ଠାରୁ ପଲ୍ଲୀ ରେ ଜଗନ୍ନାଥମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁ ପରିବାର ପକ୍ଷରୁ ନିଜ ଘର ସମ୍ମୁଖ ରେ ଫୁଲ କୁମ୍ଭ କଳସ ବସାଯାଇ ଥିଲା। ପୁରୀ ଜିଲ୍ଲା ର ପ୍ରତି ଗାଁ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ