ଭେଣ୍ଡିଆ ଯୁବକଙ୍କ ଗୋଡ଼ରେ ଶିକୁଳି
ନିମାପଡ଼ା, (ସନ୍ତୋଷ ଦାଶ):ଯେଉଁ ବୟସ ରେ ଦୁଇ ପଇସା ରୋଜଗାର କରି ନିଜ ପରିବାର ଚଳାଇବା କଥା ସେହି ବୟସ ରେ ଗୋଡ଼ ରେ ଶିକୁଳି ପଡ଼ିଛି ଆଉ ସେ ଘର ର ଦାଦା, ଖୁଡ଼ି ଙ୍କ ପାଇଁ ଦି ମୁଠା ଖାଇବାକୁ ପାଉଛନ୍ତି। ଏମିତି ଜଣେ ହତ୍ୟଭାଗ୍ୟ ଭେଣ୍ଡିଆ ପୁଅ ହେଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଞ୍ଚାୟତ ବରପଦା ଗ୍ରାମ ର ବଟକୃଷ୍ଣ ଲେଙ୍କା। ବଟକୃଷ୍ଣ (୪୦) ଜଣେ ମାନସିକ ରୋଗୀ। ତାଙ୍କ ବାପା ରାଜ କିଶୋର ଙ୍କ ର ଦେହାନ୍ତ ଘଟିଛି। କିନ୍ତୁ ସେ ଆଉ ତାଙ୍କ ବୋଉ କାଞ୍ଚନ(୬୦) , ଭଉଣୀ ଡଲୀ (୩୫) ସମସ୍ତେ ମାନସିକ ରୋଗୀ।ମାନସିକ ରୋଗୀ ହୋଇଥିବାରୁ ସେ ସମୟେ ସମୟେ ଉତ୍ପାତ କରିଥାନ୍ତି। ଜିନିଷ ପତ୍ର ଫୋପଡ଼ା ଫିଙ୍ଗା, ଭଙ୍ଗା ରୁଜା କରିବା ସହିତ ଯାହାକୁ ମାନେ ତାକୁ ବିନା କାରଣରେ ମାରଧର କରିଥାନ୍ତି। ଇଚ୍ଛା ହେଲେ କୁଆଡେ଼ ମନଇଚ୍ଛା କୁଆଡେ଼ ପଳାଇଥାନ୍ତି। ଖାସ ଏହି କାରଣ ରୁ ତାଙ୍କ ଦାଦା ତାଙ୍କ ଗୋଡ଼ ରେ ଶିକୁଳି ପକାଇ ତାଙ୍କୁ ଘରେ ଅଟକ ରଖି ଖାଇବାକୁ ପିଇବାକୁ ଦେଉଛନ୍ତି। କେବଳ ତାଙ୍କ ର ନୁହେଁ ତାଙ୍କ ବୋଉ ଆଉ ଭଉଣୀ ଙ୍କୁ ମଧ୍ୟ ଦାଦା ଖାଇବାକୁ ପିଇବାକୁ ଦେଉଛନ୍ତି। ଆର୍ଥିକ ଅନାଟନ କାରଣ ରୁ ସମସ୍ତ ଙ୍କ ର ଚିକିତ୍ସା ହୋଇ ପାରୁନାହିଁ ବୋଲି କହିଛନ୍ତି ତାଙ୍କ ଦାଦା ଦେବେନ୍ଦ୍ର ଲେଙ୍କା। ଭେଣ୍ଡିଆ ପୁତୁରା, ଝିଆରୀ ଆଉ ବୃଦ୍ଧା ଭାଉଜ ଙ୍କ ସେବା କରୁଛନ୍ତି ବୃଦ୍ଧ ବୟସରେ ଦାଦା ଦେବେନ୍ଦ୍ର ଲେଙ୍କା।ସରକାର ଙ୍କ କେତେ କଣ ଯୋଜନା ରହିଛି କିନ୍ତୁ ଏହି ଅସହାୟ ପରିବାର ପ୍ରତି କାହାରି ଦୃଷ୍ଟି ପଡ଼ିନାହିଁ। ଅସହାୟ ୩ ମାନସିକ ବିକୃତ ଙ୍କୁ ସହାୟତା ଯୋଗାଇଦେବାକୁ ଅବା ପ୍ରଶାସନ ତରଫରୁ ନିଦ୍ଧିଷ୍ଟ ସ୍ଥାନରେ ରହିବାପାଇଁ ବନ୍ଦୋବସ୍ତ କରାଇବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।ଏ ସମ୍ପର୍କରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ଙ୍କୁ ପଚାରିବାରେ ସେ କହିଛନ୍ତି ଯେ,ଶୀଘ୍ର ରାଜ୍ଵସ ନିରୀକ୍ଷକ ଙ୍କୁ ପଠାଇ ଘଟଣା ର ତଦାରଖ କରିବା ସହ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ଯାହା ପଦକ୍ଷେପ ଗ୍ରହଣ କରାଯିବା କଥା କରାଯିବ।ଦେଖାଯାଉ କେବେ ଜିଲ୍ଲା ପ୍ରଶାସନ ବଟକୃଷ୍ଣ ଙ୍କ ପରିବାର ର ଦୁଃଖ ଦୂର ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି।


