ବିଜେପି କାର୍ଯ୍ୟାଳୟରେ ଯୁବମୋର୍ଚାର ସାଙ୍ଗଠନିକ ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ ) : ବିଧାନସଭା ସ୍ତରରେ ନବ ମତଦାତା ସମ୍ମିଳନୀ ନିମନ୍ତେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟାଳୟରେ ଯୁବମୋର୍ଚାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୁବମୋର୍ଚାର ଜିଲ୍ଲା ସମ୍ପାଦକ ତଥା ବିଧାନସଭା ସଂଯୋଜକ ତପନପାତ୍ର ଓ ସୂର୍ଯ୍ୟପ୍ରକାଶ ସାହୁଙ୍କ ମିଳିତ ସଂଯୋଜନାରେ ଆହୁତ ଏହି ବୈଠକରେ ବିଧାନସଭା ନେତା ଆଲୋକ ସେଠୀ, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ପ୍ରଶାନ୍ତ ମହାପାତ୍ରଙ୍କ ସମେତ ସମସ୍ତ ଆଠଗୋଟି ମଣ୍ଡଳର ଯୁବମୋର୍ଚା ସଭାପତି ସଞ୍ଜୟ ବାରିକ, ବିମଳ ରଂଜନ ରାଉତ, ରମାକାନ୍ତ ଯେନା, ଆଶିଷ ଜେନା, ଆଲୋକ ଦାସ, ରୁଦ୍ରପ୍ରସାଦ ଜେନା, ଅକ୍ଷୟ କୁମାର ସାହୁ, ସିମଲ ହଂସଦାଙ୍କ ସମେତ ମଣ୍ଡଳ ପ୍ରଭାରୀ ଚାନ୍ଦମଣି ତରେଇ, ଜିତନ ଶଙ୍ଖୁଆ, ସମ୍ବିତ ଦାସ, ଚିନ୍ମୟୀ ସେଠୀ, ସୁବ୍ରତ ସାହୁ, ଚିତ୍ତରଞ୍ଜନ ପାତ୍ର, ପ୍ରମୁଖ ଯୋଗଦେଇଥିଲେ। ଆଗାମୀ ଦିନରେ ସଙ୍ଗଠନକୁ ସୃଦୃଢ଼ କରିବା ଉପରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ଜନ ହିତକାରୀ ଯୋଜନା ଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଭାରତର ବିକାଶ ଯାତ୍ରାରେ ସମସ୍ତଙ୍କ ଯୋଗଦାନକୁ ସୁନିଶ୍ଚିତ କରିବାରେ ଯୁବମୋର୍ଚା ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଉପସ୍ଥିତ ନେତୃମଣ୍ଡଳୀ ଆଶା ପ୍ରକଟ କରିଥିଲେ । ଏହି ଅବସରରେ ନୂତନ କରି ଦାଇତ୍ୱ ନେଇଥିବା ଯୁବମୋର୍ଚାର ସମସ୍ତ ପଦାଧିକାରୀ ଙ୍କୁ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।