ଶ୍ରୀରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କିନ୍ନରଙ୍କ ଶୋଭାଯାତ୍ରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କିନ୍ନର ସମାଜ ପକ୍ଷରୁ ଏକ ଶ୍ରୀରାମ ରଥ ଶୋଭାଯାତ୍ରା କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କିନ୍ନର ସମାଜ ସଭାପତି ଦେବୀକା ବାରିକଙ୍କ ନେତୃତ୍ୱରେ ଶତାଧିକ କିନ୍ନର ସହରର କଜଳା ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସାନ୍ତସାହି, ପୁରୁଣା ବସଷ୍ଟାଣ୍ଡ ଓ ନୂଆ ବସଷ୍ଟାଣ୍ଡ ଦେଇ ତିନିମୁହାଣି ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପହଞ୍ଚିଥିଲେ । ସାରା ସହର ଶ୍ରୀରାମ ମୟ ହୋଇ ଉଠିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ