ଉନ୍ନାଓ ଗଣ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ଉନ୍ନାଓ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ୍‌ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଜିଲ୍ଳା ଜଜ୍‌ ଧର୍ମେଶ ଶର୍ମା ସେନ୍‌ଗାରଙ୍କୁ ଦଣ୍ଡ ଘୋଷଣା କରିଛନ୍ତି । ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ ସେନ୍‌ଗାରଙ୍କୁ ସୋମବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଇପିସିର ଧାରା ୩୭୬ ଏବଂ ପୋକ୍ସୋ ନିୟମର ଧାରା ୫ସି ଏବଂ ୬ ଅନୁଯାୟୀ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦୧୭ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍‌ଗାରଙ୍କୁ ଗିରଫ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ