ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ “ନୂଆଁ-ଓ” ଓ “ଓଡ଼ିଆ ସାହିତ୍ୟ” ପ୍ରତିଯୋଗିତା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ “ନୂଆଁ-ଓ” ଓ “ଓଡ଼ିଆ ସାହିତ୍ୟ” ପ୍ରତିଯୋଗିତା ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୃତିବାସ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ଭଞ୍ଜନଗର ବ୍ଲକର ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେତାଜୀ ବିଷୋୟୀ, ନୋଡାଲ ଅଫିସର ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ, ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଧ୍ୟାପକ ଅଶୋକ କୁମାର ପ୍ରଧାନ, ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ, ଅଧ୍ୟାପିକା ପିଙ୍କି ପାତ୍ର, ଗ୍ରନ୍ଥଗାର ରଞ୍ଜିତ କୁମାର ସାମଲ,ଅଧ୍ୟାପକ ସପନ କୁମାର ପ୍ରଧାନ ଓ ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ, ମଞ୍ଚାସିନ ଥିଲେ। ଏହି ସଭାରେ ବିଶ୍ୱ ଓଡ଼ିଆ ଭାଷା ବିଷୟରେ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ। ୧୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ଉତ୍ସବରେ ଅଂଶଗ୍ରହଣ କରି କବିତା, ପ୍ରବନ୍ଧ,ଗଳ୍ପଲିଖନ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ସପନ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ