ନେତାଜୀ ଜୟନ୍ତୀ ରେ ମୁକ୍ତି ଲାଭ କଲା ଦେଶାତ୍ମବୋଧକ ଭିଡ଼ିଓ ସଂଗୀତ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଥିଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ। ଏହି ଅବସର ରେ ପୂଜା ମ୍ୟୁଜିକ୍ ପକ୍ଷରୁ ମୁକ୍ତି ଲାଭ କରିଛି ମଧୁସୂଦନ ରାଓ ଙ୍କ ରଚିତ ଦେଶାତ୍ମବୋଧକ ଗୀତ ‘ତୁ ହି ମା ଜନମ ଭୁମି ‘ ର ଭିଡ଼ିଓ ସଂଗୀତ। ଏହି ଭିଡିଓ ସଂଗୀତ ରେ ଅଭିନେତା ଡ଼ାକ୍ତର ଚିତ୍ତରଞ୍ଜନ ମିଶ୍ର, ସମୀର ତ୍ରିପାଠୀ, ପ୍ରାଚୀ ଗବେଷକ ହଂଶନାଥ ସାହୁ, ଅଶ୍ଵିନୀ ମହାପାତ୍ର,ନ୍ୟାୟବ୍ରତ ରାଉତ, ପଣ୍ତିତ ଚିତ୍ତରଞ୍ଜନ ମିଶ୍ର, ଅରୁଣ ସାହୁ, ହେମନ୍ତ ମିଶ୍ର, ସୁବାସ ପ୍ରଧାନ, ମହମ୍ମଦ ମହସୀନ, ସମରେନ୍ଦ୍ର ସାହୁ,ଦେବାଶିଷ ସାହୁ ପ୍ରମୁଖ ଅଭିନୟ କରିଥିବା ବେଳେ ଭିଡ଼ିଓ ଟିକୁ ସମ୍ପୂର୍ଣ ଭାବେ ପ୍ରାଚୀ ଉପତ୍ୟକା ମାଧବ ଗ୍ରାମ ର ଶହୀଦ ସ୍ମୃତି ଉଦ୍ୟାନ ଠାରେ ପ୍ରସ୍ତୁତ କରାଯାଇଥିଲା। ଗୀତ ଟିକୁ ନୟାହାଟ ଧୂମାଳୋ ଗ୍ରାମ ର କଣ୍ଠଶିଳ୍ପୀ ବିନୋଦ ମିଶ୍ର ଗାଇ ଥିବାବେଳେ ସଂଗୀତ ନିର୍ଦ୍ଦେଶକ ମନୋଜ ମିଶ୍ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଆଜି ସଂଧ୍ୟା ୫ ଟା ରେ ପୂଜା ମ୍ୟୁଜିକ ପକ୍ଷରୁ ଏହି ଭିଡ଼ିଓ ସଂଗୀତ ଟିକୁ ରିଲିଜ କରାଯାଇଛି।


