ଶ୍ରୀଜଗନ୍ନାଥ ନିକେତନ ଠାରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମୂରଲୀଧର ପରିଚ୍ଛାଙ୍କ ସହଯୋଗରେ ବାଲ ମୁକୁନ୍ଦ କେନ୍ଦ୍ରର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀ ପାରଳାଖେମୁଣ୍ଡି ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ଯଥାରୀତି ପୂଜାର୍ଚ୍ଚନା କରି ପ୍ରତିଷ୍ଠା ମହୋତ୍ସବରେ କୌଣସି ବାଧାବିଘ୍ନ ନ ଆସି ବହୁ ଆଡ଼ମ୍ବରରେ ହେବା ନିମନ୍ତେ ପ୍ରାର୍ଥନା କରିଥିଲେ । ସେଠାରୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଶ୍ରୀ ଜଗନ୍ନାଥ ନିକେତନ (ଅନାଥ ଆଶ୍ରମ), ରାଜସୀତାପୁର, ଗୋଷାଣି ବ୍ଲକ ଭ୍ରାମ୍ୟମାଣ କରି ଅନ୍ତେବାସୀଙ୍କ ଗହଣରେ ଶ୍ରୀରାମ ନାମ ସଂକୀର୍ତ୍ତନ ଏବଂ ହନୁମାନ ଚାଳିଶା ପଠନ କରାଇଥିଲେ । ଅଯୋଧ୍ୟାରେ ନିର୍ଦ୍ଧାରିତ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା ସମୟରେ ଏଠାରେ ପିଲାମାନେ ଧ୍ୟାନସ୍ଥିତିରେ ବସି ରୂପଧ୍ୟାନ କରି ରାମ କାର୍ଯ୍ୟରେ ଲିପ୍ତ ରହିବା ପାଇଁ ସଂକଳ୍ପ ନେଇଥିଲେ।ଏଥିରେ ମେସ୍ତ୍ରି ଲିଙ୍ଗରାଜ ପ୍ରଧାନ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ