ଏକ୍ସପଲ୍ସ ୨୦୦କୁ ସମ୍ମାନୀତ
ଏକ୍ସପଲ୍ସ ୨୦୦ କୁ ବହୁ ବାଂଛିତ ‘୨୦୨୦ ଇଣ୍ଡିୟାନ ମଟରସାଇକେଲ ଅଫ ଦ ଇୟର’ ଦ୍ୱାରା ପୁରସ୍କୃତ କରାଯାଇଛି । ଏପ୍ରିଲ ୨୦୧୯ ରେ ଲଂଚ ହୋଇଥିବା ଏକ୍ସପଲ୍ସ ୨୦୦ କ୍ଷିପ୍ର ଗତିରେ ଭାରତର ଅନ୍ୟତମ ସର୍ବାଧିକ ବିକ୍ରି ହେଉଥିବା ଆଡଭେଂଚର ମଟରସାଇକେଲ ଭାବେ ଉଭା ହୋଇଛି । ଏହାର ପ୍ରଦ୍ୟୋଗୀକି, ଆଧୁନିକ ଡିଜାଇନ ଏବଂ ବିଭେଦିତ ଅପିଲ ଦ୍ୱାରା ନୂତନ ବେଂଚ୍ମାର୍କ ସେଟ ବିଶ୍ୱର ବୃହତମ ଦୁଇ-ଚକିଆ ନିର୍ମାତା ହିରୋ ମୋଟୋକର୍ପର ଆଡଭେଂଚର ମଟରସାଇକେଲ – ଏକ୍ସପଲ୍ସ ୨୦୦ ଭାରତୀୟ ଦୁଇ-ଚକିଆ ଉଦ୍ୟୋଗର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର- ‘ଦ ଇଣ୍ଡିୟାନ ମଟରସାଇକେଲ ଅଫ ଦ ଇୟର’ ପାଇଛି, ଏହି ଭଳି କମ୍ପାନୀର ନୂତନ ଆଧୁନିକ ପ୍ରିମିୟମ ବ୍ରାଣ୍ଡ ଅପିଲ କୁ ମଜଭୁତ ଭାବେ ପ୍ରତିଷ୍ଠିତ କରିଛି । ଭାରତର ସର୍ବାଧିକ ପ୍ରସିଦ୍ଧ ଅଟୋମୋଟିଭ ପ୍ରକାଶନ ଏବଂ ଖବର ୱେବସାଇଟର ୧୨ଜଣଙ୍କ ଦ୍ୱାରା ଗଠିତ ସମ୍ମାନୀତ ଜୁରି ପେନଲ ଦ୍ୱାରା ଆଇଏମଓଟିୱାଇ ପୁରସ୍କାର ଘୋଷଣା କରାଯାଇଥିଲା । ମୂଲ୍ୟ ପ୍ରସ୍ତାବ, ପ୍ରଦର୍ଶନ, ଆରାମ, ଇନ୍ଧନ-ଦକ୍ଷତା, ଭାରତୀୟ ରାସ୍ତା ପାଇଁ ଉପଯୁକ୍ତତା ଆଦି ଅନେକ କଡା ମାନଦଣ୍ଡ ଆଧାରରେ ନାମାଙ୍କିତ ମାନଙ୍କୁ ମୂଲ୍ୟାଙ୍କନ କରାଯାଇଥିଲା ।


