ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହିତ ଚାଲିଛି ଖେଳ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସରକାର ଶିକ୍ଷା ଓ ଛାତ୍ର ଛାତ୍ରୀ ଙ୍କ ବିକାଶ ପାଇଁ ନାନା ଯୋଜନା କରୁଛି କିନ୍ତୁ ଯେଉଁଠି ଯାହା ଦରକାର ତାହା ଯୋଗାଇ ଦିଆଯାଉ ନାହିଁ ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡୁଛି।କେଉଁଠି ଛାତ୍ର ନାହାନ୍ତି କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ସ୍କୁଲ ଗୃହ ନାହିଁ।ସେଥିରେ ପୁଣି ସରକାର ଗଢ଼ି ଛନ୍ତି 5t ବିଦ୍ୟାଳୟ।ନୂତନ କୋଠା, ନୂତନ ରଙ୍ଗ ରେ ସୁନ୍ଦର ଦେଖା ଯାଉଛି ବିଦ୍ୟାଳୟ କିନ୍ତୁ ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆ ଯାଉ ନାହିଁ।5t ର ଗୋଟିଏ t ହେଉଛି time ବା ସନୟାନୁବର୍ତିତା, ଯଦି ଶିକ୍ଷକ ସମୟ ଜ୍ଞାନ ରଖିବେ ନାହିଁ ତା ହେଲେ ଛାତ୍ର କଣ ଶିଖିବେ।ଆମେ କହୁଛୁ ହରିଗଡ ପଞ୍ଚାୟତ ର ପଂଚାୟତ ଉଚ୍ଚ ବିଦ୍ୟାଳୟ,ଯେଉଁଠି ଶିକ୍ଷକ ଅଭାବ ସବୁବେଳେ ରହିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଦାଙ୍ଗି ଉଚ୍ଚ ବିଦ୍ୟାଳୟ ଛତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଅବ୍ୟବସ୍ଥା ନେଇ ଧାରଣା ଦେଇଛନ୍ତି.ଆଜି ଛାତ୍ରଛାତ୍ରୀଙ୍କ ପ୍ରି ବୋର୍ଡ ପରୀକ୍ଷା ଥିବା ହେତୁ ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ପହଞ୍ଚି ଥିଲେ.ତେବେ ଦିନ 11 ଟା ପର୍ଯ୍ୟନ୍ତ ବିଦ୍ୟାଳୟକୁ କୌଣସି କର୍ମଚାରୀ କିମ୍ବା ଶିକ୍ଷକ ଆସି ନଥିଲେ.ଫଳରେ ଛାତ୍ରଛାତ୍ରୀ ମାନେ ଧାରଣା ଦେଇଥିଲେ ଏହାକୁ ଗ୍ରାମବାସୀ ମଧ୍ୟ ସହଯୋଗ କରି ଚକାପାଦ-ଭଞ୍ଜନଗର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ.ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଧାରଣା ଜାରି ରହିଛି.ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବା ପ୍ରତିଶୃତି ପ୍ରଶାସନ ପକ୍ଷରୁ ନମିଳିବା ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତିlଏହି ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଅନେକ ଦିନରୁ ଅଛି।ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ପିଅନ ରେ ପରିଚାଳିତ ଏହି ବିଦ୍ୟାଳୟରେ ନବମ ଦଶମ ରେ 90 ପିଲା ପଢ଼ନ୍ତି କିନ୍ତୁ ଯେତେବେଳେ ଛାତ୍ର ଛାତ୍ରି ମାନଙ୍କ ଧାରଣା ତୀବ୍ର ହେଲା ଓ ଗୋଟେ ପରେ ଗୋଟେ ଭିଡ଼ିଓ ଭାଇରଲ ହେଲା ତା ପରେ ପ୍ରଶାସନ ର ଚେତା ପସିଲା ,ସଂଗେ ସଂଗେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ ସେଠି ଓ sdpo ବିଶ୍ଵାମିତ୍ର ହରପଲ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।ତେଣୁ ଶିକ୍ଷକ ମାନଙ୍କ ଦାଇତ୍ୱ ହୀନତା ଯୋଗୁ ଛାତ୍ର ଛାତ୍ରୀ ମାନଙ୍କ ମ୍ୟାଟ୍ରିକ ପ୍ରି ବୋର୍ଡ଼ ପରୀକ୍ଷା ବାତିଲ ହେଲା | କିନ୍ତୁ ଉପଜିଲ୍ଲାପାଳ ଶ୍ରୀ ସେଠିଙ୍କ କହିବାନୁସାରେ ଜିଲ୍ଲା ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ଙ୍କ ସହିତ ଫୋନରେ କଥାହେବା ପରେ ଜିଲ୍ଲା ଗୋଷ୍ଠି ଅଧିକାରୀ କହିଛନ୍ତି ଶୁକ୍ରବାର ଦିନ ପିଲାଙ୍କ ପରୀକ୍ଷା ହେବ ଏବଂ ସେ ନିଜେ ବଦାଙ୍ଗି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରି ଛାତ୍ର ଛାତ୍ରୀ ,ଅବିଭାବକମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟରେ ଅବହେଳାକରିଥିବା ଶିକ୍ଷକ ମାନଙ୍କ ଉପରେ କଡାକାର୍ଯ୍ୟାନିଷ୍ଠାନ ନଆଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ