ମୋହନା ପ୍ରେସ କ୍ଲବ୍ର ୩ୟ ବାର୍ଷିକ ଉତ୍ସବ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଲବ୍ ର ୩ୟ ବାର୍ଷିକ ଉତ୍ସବ ବୁଧବାର ସ୍ଥାନୀୟ ବାଳିକା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଲବ୍ ସଭାପତି ଲକ୍ଷ୍ମଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି ଉତ୍ସବରେ ବରିଷ୍ଠ ସଦସ୍ୟ ବାବୁଲା ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସୁମନ ପଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଶୋଇ, ମୁଖ୍ୟବକ୍ତl ଗୋଷ୍ଠି ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ଯୋଗଦେଇ ଗଣମାଧ୍ୟମ ଯୋଗୁଁ ଲୋକଙ୍କ ତଥା ଅଞ୍ଚଳର ସମସ୍ୟା ଲୋକଲୋଚନକୁ ଆସିଥାଏ l ଯାହାର ସମାଧାନ ପାଇଁ ପ୍ରଶାସନକୁ କ୍ରିୟାଶୀଳ ହେବାକୁ ପଡ଼ିଥାଏ ବୋଲି କହିଛନ୍ତି l ସମ୍ମାନିତ ଅତିଥି ଭାବେ ଗଜପତି ପ୍ରେସ କ୍ଲବର ବରିଷ୍ଠ ସଦସ୍ୟ ବସନ୍ତ ପଣ୍ଡା, ରା.ଉଦୟଗିରି ପ୍ରେସ କ୍ଲବ୍ ସଭାପତି ମମତାଜ୍ ମହମ୍ମଦ ଯୋଗଦେଇଥିଲେ l ଏହି ଅବସରରେ ସମସ୍ତ ଅତିଥି, ଗଜପତି ପ୍ରେସ କ୍ଲବର ସଦସ୍ୟ ଓ ରା. ଉଦୟଗିରି ପ୍ରେସ କ୍ଲବ୍ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l କାର୍ଯକ୍ରମରେ ମୋହନା ପ୍ରେସ କ୍ଲବ ଉପଦେଷ୍ଠା ଲକ୍ଷ୍ମଣ ଚୌଧୁରୀ, ବଶିଷ୍ଠ ସଦସ୍ୟ ଗଣେଶ ବିଶୋଇ, ବାଦଲ ବେହେରା, ଆଇନ ପରାମର୍ଶଦାତl ଦୁର୍ଯ୍ୟଧନ କରଡl, ଯୁବକ ସଂଘ ସମ୍ପାଦକ ଜିତେନ୍ଦ୍ର ବେହେରା, ଉପ ସଭାପତି ନୃସିଂହ ନାଥ ପୁଜାରୀ, ସହ ସଂପାଦକ ଅଂଶୁମାନ ପଣ୍ଡା, କୋଷାଧ୍ୟକ୍ଷ ପିଣ୍ଟୁ ପ୍ରଧାନ, ସଦସ୍ୟ ଶ୍ରିହରି ପ୍ରଧାନ, ମନ୍ମଥ ମିଶ୍ର, ଓମ ପ୍ରସାଦ ରଥ, ମୁକ୍ତି ମଣ୍ଡପ ଦଣ୍ଡସେନା, ମୋଜେସ ରଇତ ପ୍ରମୁଖ ଉପସ୍ଥିତ ଥିଲେ l ଏହାପରେ ବ୍ରହ୍ମପୁରର ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l