‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଯାଇଛି । ‘ଯୁଗଶ୍ରୀ ଯୁଗନାରୀ’ ସହ-ସମ୍ପାଦିକା ଡ. ପ୍ରଭାବତୀ ପଣ୍ଡା ଅତିିଥି ପରିିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ନିରଞ୍ଜନ ରଥ ଯୋଗଦେଇ କହିଲେ ଯେ, ନାରୀ ଶକ୍ତିରୂପିଣୀ, ସର୍ବଂସହା, ତେଣୁ ଭାରତୀୟ ସଂସ୍କୃତିରେ ନାରୀ ଯେ ସବୁବେଳେ ଅଗ୍ରପୂଜ୍ୟା, ଏହାର ବହୁ ଉଦାହରଣ ରହିଛି । ମୁଖ୍ୟବକ୍ତା ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ କହିଲେ ଯେ, ନାରୀ ପୁରୁଷ ସହ ସମକକ୍ଷ ନୁହେଁ, ତାର ସ୍ଥାନ ବହୁତ ଉଚ୍ଚରେ । ତେଣୁ ସେ ନିଜକୁ କେବେହେଲେ ନ୍ୟୁନ ମନେ କରିବା ଉଚିତ ନୁହେଁ । ସମ୍ମାନିତ ଅତିଥି କବୀ ମମତା ଦାଶ କହିଲେ ଯେ, ପରିବାର ଗଢିବା ପାଇଁ ନାରୀ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସମ୍ମାନିତ ବକ୍ତା ସୁଧୀ ରଞ୍ଜନ ମିଶ୍ର ନାରୀକୁ ଉଚ୍ଚ ସ୍ଥାନ ଦେଇ କହିଲେ ଯେ, ଏ ସଂସାରରେ ନାରୀ ହିଁ ସର୍ବଶ୍ରେଷ୍ଠା, ତେଣୁ ସେ ସର୍ବପୂଜ୍ୟା ।ଏହି ଅବସରରେ ସମାଜରେ ନାରୀମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ‘ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ’-ଡାକ୍ତର ଅନୀତା ପଣ୍ଡା, ବିଶିଷ୍ଟ ସାହିତ୍ୟିକା, ‘ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ’-ଡ. ବନଲତା ଦେବୀ, ବିଶିଷ୍ଟ ସମାଜସେବୀ, ‘ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସଂପାଦିକା ସମ୍ମାନ’-ଶ୍ରୀମତୀ ସୁପ୍ରଭା ରାୟ, ମୁଖ୍ୟ ସଂପାଦିକା, ‘କଥାକଳିକା, ‘ଯୁଗଶ୍ରୀ ଯୁଗନାରୀ ସୁସଂଗଠିିକା ସମ୍ମାନ-ଶ୍ରୀମତୀ ରେଣୁକା ମିଶ୍ର, ସମ୍ପାଦିକା, କଳିଙ୍ଗ ପୁସ୍ତକ ମେଳା, ଓ ‘ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ବିତରକ ସମ୍ମାନ-ଶ୍ରୀଯୁକ୍ତ ପ୍ରଶାନ୍ତ ନାୟକ (ଏ.କେ. ନାୟକ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପତ୍ରିକାର ସମ୍ପାଦିକା ମମତା ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରି କହିଲେ ଯେ, ଯୁଗଶ୍ରୀ ଯୁଗନାରୀ କେବଳ ଏକ ପତ୍ରିକା ନୁହେଁ, ଏହା ନାରୀର ସ୍ୱାଭିମାନ, ଶକ୍ତି ଓ ସାମଗ୍ରିକ ସତ୍ତାର କାହାଣି । ଏଥିସହ ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିର୍କ ଫେବୃଆରୀ-୨୦୨୪ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା । ଡ. ପ୍ରଭାତୀ ମିଶ୍ରଙ୍କ ଇଂରାଜୀରେ ସମ୍ପାଦିତ ଚବଗ୍ଧରକ୍ସଦ୍ଭବକ୍ଷ ଖରଶବମଚ୍ଚ’, ଡ. କବିତା ବାରିକଙ୍କ ପୁସ୍ତକ ‘ନିର୍ବାଚିତ ଗଳ୍ପ’, ଅନିତା ପଣ୍ଡାଙ୍କ ପୁସ୍ତକ ‘ଶତାବ୍ଦୀର ସହସ୍ରାର୍ଘ୍ୟ’ ଓ ଶ୍ରୀମତୀ ଆରାଧନା ମିଶ୍ରଙ୍କ ପୁସ୍ତକ ‘ନିଷ୍ପାପ ମନର ଝରକାରୁ’ ଲୋକାର୍ପିତ ହୋଇଥିଲା । ସୁଶ୍ରୀ ଗୀତାଞ୍ଜଳି ସିଂହ ମଞ୍ଚ ଆହ୍ୱାନ କରିଥିବା ବେଳେ ସହିଦନଗର ସ୍ଥିତ ଆର୍ଯ୍ୟ ସମାଜର ମହିଳା ସମିତି ବେଦପାଠ କରିଥିଲେ । ସୁଶ୍ରୀ ଦୀପ୍ତି ଦାସ ସଂଯୋଜନା କରିଥିଲା ବେଳେ ଡକ୍ଟର ମିନାକ୍ଷୀ ପଣ୍ଡା, ଡ. ସୁଷମା ମିଶ୍ର, ଡ. ଗାୟତ୍ରୀ କର, ଆରାଧନା ମିଶ୍ର, ମିନତୀ କର, ମୀରା ବେଉରା, ବସନ୍ତ ପ୍ରଧାନ ସଭା ପରିଚାଳନାରେ ସହାୟତା କରିଥିଲେ । ସର୍ବଶ୍ରୀ ଶାନ୍ତନୁ ଆଚାର୍ଯ୍ୟ, ଶାଶ୍ୱତୀ ବଳ, ବନଜ ଦେବୀ, ଶୈଳରାଣୀ ମିଶ୍ର, ଡ. ଅର୍ଚ୍ଚନା ନାୟକ, ରକ୍ଷକ ନାୟକ, ମମତା ବିଶୋୟୀ, ନିରଞ୍ଜନ ପଣ୍ଡା, ବାସନ୍ତୀ ମହାନ୍ତି, ସଂଯୁକ୍ତା ମହାନ୍ତି, ଶର୍ମିଷ୍ଠା ମହାପାତ୍ର, ରୁମ୍ଝୁମ୍ ନାୟକ, ସୁଜାତା ମହାପାତ୍ର, ରାମଚନ୍ଦ୍ର ଦେଓ, ଜ୍ଞାନ ରଥ, ଅମରେଶ ବିଶ୍ୱାଳ, ଶୁଭଙ୍କର ମହାପାତ୍ର, ମିହିର ପ୍ରଧାନ, କବିତା ପ୍ରତିହାରୀ, ହରପ୍ରିୟା ପଟ୍ଟନାୟକ, ମୀନକେତନ ଦାସ, ଡ. ଦୀନବନ୍ଧୁ ବେହେରା, ରଶ୍ମି ସାମଲ, ସୁଷମା ପରିଜା, ମାନସୀ ପାତ୍ର, ଭବାନୀ ମିଶ୍ର ପ୍ରମୁଖ ବିଶିଷ୍ଟ ସାହିତ୍ୟିକ ଉପସ୍ଥିତ ଥିଲେ । ଶେଷରେ ଗାଳ୍ପିକ ଚିତ୍ତରଞ୍ଜନ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।