ହନୁମାନଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ବିତୀୟ ଦିନରେ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ସ୍ଥାନିୟ ଗୋଷାଣୀନୂଆଗାଁ ନେହେରୁ ନଗର-୧୦ମ ଲାଇନ୍ ଠାରେ ବହୁ ପ୍ରତିକ୍ଷୀତ ବୀର ବଜରଙ୍ଗ ବାଲି ହନୁମାନଙ୍କ ପାଞ୍ଚ ଦିନ ବ୍ଯାପି ଆରମ୍ଭ ହୋଇଥିବା ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ବିତୀୟ ଦିବସ ସୋମବାର ଦିନ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସ ରବିବାର ଦିନ ଗୋଷାଣୀନୂଆଗାଁ ତଥା ଆଖପାଖ ଅଞ୍ଚଳବାସୀ ଏକ ବିରାଟ ପଟୁଆରରେ ଉତ୍ତରେଶ୍ୱର ମନ୍ଦିର ପରିସରରୁ କଳସରେ ଜଳ ନେଇ ମାଁ ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିଷ୍ଠା ହେବାକୁ ଥିବା ମହାବୀର ହନୁମାନଙ୍କ ମନ୍ଦିରରେ ପହଞ୍ଚି ଥିଲେ। ସେଠାରେ ୧୦୦୦ କଳସ ଜଳ ଢାଳି ମନ୍ଦୀର ପ୍ରତିଷ୍ଠା ଦିବସ ଆରମ୍ଭ ହୋଇଥଲା। ଏହି ଅବସରରେ କଳସ ଯାତ୍ରା ସହ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରତ୍ୟେକ ଦିନ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇ ପ୍ରସାଦ ସେବନ ବ୍ୟବସ୍ଥା କମିଟି ତରଫରୁ କରାଯାଇଥିବା ମନ୍ଦିର ପରିଚାଳକ ଟୁନା ପାଣିଗ୍ରାହୀଙ୍କ ସୂତ୍ରରୁ ପ୍ରକାଶ। ସୂଚାରୁ ଭାବେ ଏହି କାର୍ଯ୍ୟକ୍ରମ ହୋଇ ଆସୁଥିବା ଯୋଗୁଁ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି। ଏଥିରେ ସ୍ଥାନୀୟ କର୍ପୋରେଟର ସମେତ ମନ୍ଦିର ଉନ୍ନୟନ ଓ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ