ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଉଦଯାପନୀ ଉତ୍ସବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ ୟୁ. ବି. ହାଇସ୍କୁଲ, ଭଞ୍ଜନଗର ଠାରେ ୨୯ ତମ ଭାରତ ସ୍କାଉଟ୍ସ ଓ ଗାଇଡ୍ସର କ୍ୟାମ୍ପୋରୀ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ରାଜ୍ୟ ମୁଖ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର କମିଶନର ଡ଼. କାଳିପ୍ରସାଦ ମିଶ୍ର ଯୋଗଦେଇଥିବାବେଳେ ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ, ରାଜ୍ୟ ପ୍ରଶାସନିକ ଅଧିକାରୀ ଅନାମିକା ଦାସ, ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ, ସୁଶ୍ରୀ କଲ୍ୟାଣୀ ପାଢ଼ୀ, ସ୍ୱରାଜ କହଁର, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଭାଗିରଥି ସ୍ୱାଇଁ, ବଡକୋଦଣ୍ଡl ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉମାକାନ୍ତ ନାହାକ, ବିନୋଦ ବିହାରୀ ପାତ୍ର,ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ସ୍କାଉଟ୍ସ ର ବିଭିନ୍ନ କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ l ସ୍କାଉଟମାଷ୍ଟର, ଗାଇଡ଼, ଗୋଷ୍ଠୀ ଶିକ୍ଷାଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷlକର୍ମଚାରୀ, ସନ୍ତୋଷ ଜେନା, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଦିଲ୍ଲୀପ କୁମାର ସ୍ୱାଇଁ, ଆଦିତ୍ୟ କୁମାର ତ୍ରିପାଠୀ ଓ ଦାୟିତ୍ୱ ସମ୍ପନ୍ନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ସହ ପ୍ରଶଂସିତ କରାଯାଇଥିଲା l ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଶିକ୍ଷକନେତା ଜଗବନ୍ଧୁ ଜେନା, ଶାଖା ପରିଚାଳକ ବିରୁପାକ୍ଷ ପାଢ଼ୀ, ସାଇରମ ନାୟକ, ମୋହିତ ରଞ୍ଜନ ପାତ୍ର, ଅନୁପମ ବାନାର୍ଜୀ ଯୋଗଦେଇ ସ୍କାଉଟ୍ସ ଓ ଗାଇଡ୍ସ ମାନଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ l ସନ୍ଧ୍ୟାରେ କ୍ୟାମ୍ପ ଫାଇର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଏଥିରେ ବିଚାରକ ଭାବେ ବିଶିଷ୍ଠ କଳାକାର ଜଗଦୀଶ ପାଣିଗ୍ରାହୀ, ନାରାୟଣ ମହାରଣା ଓ ପୁଷ୍ପାଞ୍ଜଳି ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ l ତୃତୀୟ ତଥା ଅନ୍ତିମ ଦିବସରେ ସମସ୍ତ ସ୍କାଉଟ୍ସ ଓ ଗାଇଡ୍ସ ଙ୍କୁ ନେଇ ବେଲେଶ୍ୱର ମନ୍ଦିର, ବିଜୁ ପଟ୍ଟନାୟକ ପାର୍କ ଭ୍ରମଣ ଅତି ରୋମାଞ୍ଚକର ଥିଲା l ସଡ଼କ ସୁରକ୍ଷା ର ବାର୍ତା ନେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମ୍ପୂର୍ଣ୍ଣ ସହଯୋଗରେ ନଗର ଭ୍ରମଣ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ