ଭଞ୍ଜନଗର ବ୍ଲକ ମାଧ୍ୟମିକ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରାୟ ଆଠ କିଲୋମିଟର ଦୂର କବି ସମ୍ରାଟ ବିଦ୍ୟାପୀଠ, କୁଲାଡ଼ ଠାରେ ଭଞ୍ଜନଗର ବ୍ଲକ ମାଧ୍ୟମିକ ପ୍ରଧାନଶିକ୍ଷକ ଙ୍କ ମାସିକ ବୈଠକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଧାନଶିକ୍ଷକ କୁମୁଦ ଚନ୍ଦ୍ର ବlଡ଼ତ୍ୟା, ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ବାହାଡାପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଂଚାସୀନ ହୋଇ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଉପରେ ବକ୍ତବ୍ୟ ରଖି ଏହା ଯେପରି ଶୃଙ୍ଖଳିତ ଭାବେ ବୋର୍ଡର ଗାଇଡଲାଇନକୁ ଭିତ୍ତିକରୀ ପରିଚାଳନା ଉପରେ ଗୁରୁତ୍ୱ ଦେବାପାଇଁ ଆଲୋଚନା କରାଯାଇଥିଲା l ଏହା ପୂର୍ବରୁ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଗତ ବୈଠକର ବିବରଣୀ ପାଠ କରିଥିଲେ l କ୍ରୀଡ଼ାଙ୍ଗନ ଉପରେ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡାଶିକ୍ଷକ ଧନଞ୍ଜୟ ଦଳବେହେରା ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ସାମୂହିକ ଭାବେ ବୋର୍ଡ ପରୀକ୍ଷା ଉପରେ ସମସ୍ତ ପ୍ରଧାନଶିକ୍ଷକ ଏହାକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ପରିଚାଳନା କରିବାପାଇଁ ନିଷ୍ପତ୍ତି ନେଇଥିଲେ l ବ୍ଲକର ସମ୍ନାନ ଦୃଷ୍ଟିରୁ ସମସ୍ତ ବିଦ୍ୟାଳୟର ଶିକ୍ଷlକର୍ମଚାରୀ ଏହାକୁ ଶୃଙ୍ଖଳା ଓ ନୀୟମ ପ୍ରକାରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ବିଦ୍ୟାଳୟ ରୂପାନ୍ତରୀଣ କାର୍ଯ୍ୟ କୁ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ବୁଲିଦେଖି ସନ୍ତୋଷ ପ୍ରକାଶ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ପରିଚାଳନା କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ