ସହନ ଠାରେ ଉଦଘାଟିତ ହେବ ମ୍ୟାନଗ୍ରୁଭୁ ରିଟ୍ରେଟ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ର ସହନ ଗ୍ରାମ ଗଙ୍ଗାଦେବୀ ଠାକୁରାଣୀ ଙ୍କ ମନ୍ଦିର ନିକଟରେ ୫ କୋଟି ଟଙ୍କା ବ୍ୟୟ ରେ ପୁରୀ ଜିଲ୍ଲା ବନ ବିଭାଗ ପକ୍ଷରୁ ନିର୍ମିତ ଅତ୍ୟାଧୁନିକ ଆକର୍ଷଣୀୟ ମ୍ୟାନଗ୍ରୁଭୁ ରିଟ୍ରେଟ ସୋମବାର ଦିନ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ବନ ବିଭାଗ ପକ୍ଷରୁ ୧୦ ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ଆକର୍ଷଣୀୟ ନେଚର କ୍ୟାମ୍ପ ନିର୍ମାଣ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏବଂ ଐତିହାସିକ ପୃଷ୍ଠଭୂମି ରେ ସମୃଦ୍ଧ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବାର ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ଗଙ୍ଗାଦେବୀ ଠାରେ ରହିଥିବା ହେନ୍ତାଳ ବଣ ର ସୌନ୍ଦର୍ଯ୍ୟ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ଦ୍ୱିତୀୟ ଭିତରକନିକା ଭଳି ଲାଗିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ। ଅସ୍ତରଙ୍ଗ ପୀରଜାହାନିଆ ବେଳାଭୂମି, ଗଙ୍ଗାଦେବୀ ବେଳାଭୂମି,ସନିକଟ ଗଙ୍ଗାଦେବୀ ବେଳାଭୂମି ରେ ଚିତ୍ତବିନୋଦନ ପାଇଁ ଦେବୀ ନଦୀମୁହାଣ ହେନ୍ତାଳ ବଣ ମଧ୍ୟ ଭାଗରେ ପ୍ରବାହିତ ଶାଖା, ନଦୀରେ ବୋଟିଙ୍ଗ ମଜା ସହ ନାଲିକଙ୍କଡା ଓ ଦେଶ ବିଦେଶର ପକ୍ଷୀମାନଙ୍କୁ ଦେଖିବାମଜା, ବେଳାଭୂମିରେ ବସି ଡ଼ଲଫିନଙ୍କ ଜଳକ୍ରୀଡା, ହରିଣଙ୍କ ଅବାଧ ବିଚରଣ, ସାମୁଦ୍ରିକ ଜଳରାଶିରେ ବିରଳ କଇଁଛ ଙ୍କ ସମାଗମ ପରି ଅପୂର୍ଵ ଦୃଶ୍ୟ ଦେଖିବାର ସୁଯୋଗ ପାଇପାରିବେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ । ମ୍ୟାନଗ୍ରୁଭୁ ରିଟ୍ରେଟ ପର୍ଯ୍ୟଟକ ମାନଙ୍କ ପାଇଁ ରୁଚିକର ଖାଦ୍ୟ ସାଙ୍ଗକୁ ମାଛ, ଚିଙ୍ଗୁଡ଼ି, କଙ୍କଡା ପରି ତଟକା ସାମୁଦ୍ରିକ ଖାଦ୍ୟ ଖାଇବାର ମଜା ପର୍ଯ୍ୟଟକ ଙ୍କୁ ପୁନର୍ବାର ଏଠାକୁ ଆସିବାକୁ ଏକ ପ୍ରକାର ବାଧ୍ୟ କରିବ। ଏଠାରେ ଯାତ୍ରୀ ପର୍ଯ୍ୟଟକମାନଙ୍କ ରାତ୍ରି ଯାପନ ର ସମସ୍ତ ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ପଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଗଙ୍ଗାଦେବୀ ଠାରେ ମ୍ୟାନଗ୍ରୁଭୁ ରିଟ୍ରେଟ କରିବା ପାଇଁ ଯୋଜନା କରି ପୁରୀ ବନବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଏହି ରିଟ୍ରେଟ ସୋମବାର ଦିନ ଉଦଘାଟନ ହେବ ବୋଲି କହିଛନ୍ତି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପି. ରାମ ସ୍ବାମୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ