ପଧାନପଡା, ନିଳୋକରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ୧୬ନଂ.ଜୋନ୍ ଅଧିନ ପଧାନପଡା ଓ ନିଳୋକ ଠାରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଧାନପଡା ଠାରେ ଯୁବନେତା ସମୀମ ନୱାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଜିଲା ପରିଷଦ ସଭ୍ୟା ମୁନି ମୁଣ୍ଡା, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ସରପଞ୍ଚ ଗଜେନ୍ଦ୍ର ସେଠୀ, ସମିତି ସଭ୍ୟା ପ୍ରତିନିଧି ଦୁଲ୍ଲା ଖାଁ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଓ ସଂପୃକ୍ତ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବହୁ ପ୍ରତିଭାଧାରୀ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଏଲ.ଇ.ଡି ମାଧ୍ୟମରେ ସରକାରୀ ଯୋଜନା ଗୁଡିକୁ ପ୍ରଦର୍ଶିତ କରାଯିବା ସହ ବିକାଶ ମୂଳକ କାର୍ଯ୍ୟ ପୁସ୍ତିକା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପିଇଓ ଗଣେଶ ପ୍ରସାଦ ନାୟକ, କନିଷ୍ଠ ଯନ୍ତ୍ରୀ ବିନୋଦିନୀ ଜେନା, ଜିଆରଏସ ସରୋଜ ସାମଲ, ଦେବଦତ୍ତ ରାମ, ଅସଗର ଅଲ୍ଲୀଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ସେହିପରି ନିଳୋକ ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ବ୍ଲକ ଉପାଧ୍ୟକ୍ଷା, ଜିଲା ପରିଷଦ ସଭ୍ୟା, ବ୍ଲକ ବିଜେଡି ସଭାପତି, ବ୍ଲକ ଯୁବ ବିଜେଡି ସଭାପତି, ବ୍ଲକ ଛାତ୍ର ବିଜେଡି ସଭାପତି, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ସରପଞ୍ଚ ରଜନୀ ସେଠୀ, ପଞ୍ଚାୟତ ବିଜେଡି ସଭାପତି ପଦ୍ମନାଭ ନାୟକ, ବ୍ଲକ କଳାକାର ସଂଘର ସଭାପତି ନବ କୁମାର ଲେଙ୍କା, ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନା, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ଓ ସଂପୃକ୍ତ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂପୃକ୍ତ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ ପୁସ୍ତିକା ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ସେଠୀ, ପିଇଓ ପ୍ରଫୁଲ୍ଲ କୁମାର ପଣ୍ଡା, ଜିଆରଏସ ବନିତା ନାୟକ, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ନାଏବ ସରପଞ୍ଚ ନିଧିରାମ ଜେନା, ସୁଶାନ୍ତ କୁମାର ସାହୁ, ନିଳକଣ୍ଠ ମିଶ୍ର, ବଟକୃଷ୍ଣ ମହାନ୍ତି, ପ୍ରଫୁଲ୍ଲ ପାତ୍ର, ପର୍ଶୁରାମ ବାରିକ, ପ୍ରଫୁଲ୍ଲ ଲେଙ୍କାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିବାର ଦେଖାଯାଇଥିଲା ।