ସହନ ର ଗଙ୍ଗାଦେବୀ ଠାରେ ମ୍ୟାନଗ୍ରୁଭୁ ରିଟ୍ରେଟ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ର ସହନ ଗ୍ରାମ ନିକଟସ୍ଥ ଗଙ୍ଗାଦେବୀ ଠାରେ ଜିଲ୍ଲା ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ମ୍ୟାନଗ୍ରୁଭୁ ରିଟ୍ରେଟ ଆଜି ଉଦଘାଟିତ ହୋଇଯାଇଛି ।ରାଜ୍ୟ ସରକାର ପ୍ରଦାନ କରିଥିବା ୫ କୋଟି ଟଙ୍କା ଅନୁଦାନରେ ବନ ବିଭାଗ ପକ୍ଷରୁ ଏଠାରେ ୧୦ଟି ଶୀତତାପ ନିୟନ୍ତ୍ରିତ କଟେଜ ବିଶିଷ୍ଟ କୋଠରୀ ନିର୍ମାଣ କରାଯାଇଛି। ଯେଉଁଥିରେ ଯାତ୍ରୀ ପର୍ଯ୍ୟଟକ ମାନେ ରାତ୍ରିଯାପନ ସହ ସୁସ୍ୱାଦୁ ଖାଦ୍ୟର ଭରପୁର ମଜା ଉଠାଇପାରିବେ। ପର୍ଯ୍ୟଟକ ମାନେ ସମୁଦ୍ର ବେଳାଭୂମି ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହ ସାମୁଦ୍ରିକ ଜଳକ୍ରୀଡା, ନାଲି କଙ୍କଡା ଙ୍କ ସମୁଦ୍ର ବିଚରଣ ଦେଖିବା ସହ ବୋଟ ରେ ଲୁଣା ନଦୀ ରେ ବୁଲିବାର ମଜା ନେଇପାରିବେ । ଉଦଘାଟନୀ ସମାରୋହରେ ଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା, ବନ ବିଭାଗ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ସଂଜୀବ କୁମାର, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ପୁରୀ ଡିଏଫଓ ପି. ରାମସ୍ୱାମୀ ପ୍ରମୁଖ ଯୋଗ ଦେଇଥିଲେ । ସହନ ର ଗଙ୍ଗାଦେବୀ ଠାରେ
ମ୍ୟାନଗ୍ରୁଭୁ ରିଟ୍ରେଟ ଅସ୍ତରଙ୍ଗ କୁ ଯାତ୍ରୀ ଓ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧିପାଇବ ଓ ଅସ୍ତରଙ୍ଗ ଜିଲ୍ଲା ର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ପାଇପାରିବ ବୋଲି ବିଧାୟକ ତଥା ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ