ଜାମୁଗାଁ ପଂଚାୟତରେ ‘ଆମ ଓଡିଶା ନବିନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତରେ ମଙ୍ଗଳବାର ‘ଆମ ଓଡିଶା ନବିନ ଓଡିଶା’ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ତପନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ଗ୍ରାମାଂଚଳର ଜନସାଧାରଣଙ୍କ ପାଇଁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ମା’ମାନଙ୍କ ପାଇଁ ସରକାର କରିଥିବା ଯୋଜନା ଉପରେ ବିଶଦ ଭାବରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ପୂର୍ବତନ ସରପଂଚ ନଟବର ପ୍ରଧାନ, ସରପଂଚ ଶୁଭ୍ରସ୍ମୃତି ପରିଡା, ସମିତି ସଭ୍ୟା ବନ୍ଦନା ପୁଜାରୀ, ଡାବର ପଂଚାୟତ ସମିତି ସଭ୍ୟ ସୁବଳ ବେହେରା, ସମାଜସେବୀ ଅନୁପ ମହାନ୍ତି, ନିଲୁ ପରିଡା ପ୍ରମୁଖ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପଂଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପୁସ୍ତିକା ଉନ୍ମୋଚନ କରାଯାଇ ଜନସାଧାରଣଙ୍କୁ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ସଚେତନତାମୂଳକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଜୀବନ ପରିଡା, ତୁଷାର କୁଅଁରଙ୍କ ସମେତ ପଂଚାୟତର ମହିଳା ସ୍ୱୟଂ ସହାୟିକା ଦଳର ସଭ୍ୟା, ମିଶନ ଶକ୍ତିର ଏମବିକେ, ସିଆରପିମାନେ ପରିଚଳନା କରିଥିଲେ ।


