୧୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୨୩୪୭ ଜଣ ଛାତ୍ର-ଛାତ୍ରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଛି । ଏଥିସହିତ ମୁକ୍ତ ବିଦ୍ୟାଳୟ ଏବଂ ମାଧ୍ୟମା ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ର ୧୫ ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଥିବାବେଳେ ୨୪୯୩ ପରୀକ୍ଷାର୍ଥିଙ୍କ ମଧ୍ୟରୁ ୨୩୪୭ ଜଣ ପରୀକ୍ଷାର୍ଥୀ ପ୍ରଥମ ଭାଷା ସାହିତ୍ୟ ପରୀକ୍ଷା ଦେଇଛନ୍ତି । ସେହିପରି ୧୪୬ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ହାଟଡ଼ିହି ବ୍ଲକ୍ ଶିକ୍ଷାଧିକାରୀ ଧନେଶ୍ୱର ଖଣ୍ତାଇ ସୂଚନା ଦେଇଛନ୍ତି । ପରୀକ୍ଷାରେ ସଂସ୍କାର ଓ ସୁଧାର ଆଣିବା ପାଇଁ ତ୍ରି-ସ୍ତରୀୟ ସିସିଟିଭି କ୍ୟାମେରା ପରୀକ୍ଷାକେନ୍ଦ୍ର ଗୁଡ଼ିକ ସହିତ ନୋଡାଲ୍ ସେଣ୍ଟର୍‌ମାନଙ୍କରେ ଲଗାଯାଇଛି । ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ସାଢ଼େ ୭ଟାରେ ସମସ୍ତ ପରୀକ୍ଷା କେନ୍ଦ୍ର ଖୋଲିଥିବା ବେଳେ ପରୀକ୍ଷାର୍ଥଙ୍କୁ ସାଢ଼େ ୮ଟାରେ ଓଏମ୍‌ଆର ଫର୍ଦ୍ଦ ପ୍ରଦାନ କରାଯାଇଥିଲା। ସକାଳ ୮ଟା ୪୫ରେ ପ୍ରଶ୍ନପତ୍ର ପ୍ରଦାନ ଓ ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ଟାରେ ପରୀକ୍ଷା ସରିଥିବା ସୂଚନା ଦିଆଯାଇଛି । ପ୍ରଥମ ଭାଗ(ଅବ୍‌ଜେକ୍ଟିଭ୍) ପରୀକ୍ଷା ସକାଳ ୯ଟାରୁ ୧୦ଟା ଓ ଦ୍ବିତୀୟ ଭାଗ(ସବ୍‌ଜେକ୍ଟିଭ୍) ପରୀକ୍ଷ‌ା ସକାଳ ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟାରେ ଶେଷ ହୋଇଛି । ପ୍ରଥମ ଦିନ ପରୀକ୍ଷା ରେ ଅନୁପସ୍ଥିତ ଥିବା ଛାତ୍ର-ଛାତ୍ରୀଙ୍କ ସମ୍ପର୍କରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିବା ବେଳେ ଆଜି ଶାନ୍ତି ଶୃଙ୍ଖଳା ର ସହ ପରୀକ୍ଷା ହୋଇଥିବା ବ୍ଲକ ଶିକ୍ଷାଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ