ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୫ ତମ ବାର୍ଷିକ ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ସହରରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୫ ତମ ବାର୍ଷିକ ଉତ୍ସବ ଶିକ୍ଷାନୁଷ୍ଠାନ ପରିସରରେ ଫେବୃଆରୀ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ସଭାପତି ୟୁ.ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାତୃପ୍ରେମୀ ତଥା ଆଡଭୋକେଟ ଟି.ସୁଦର୍ଶନ ପାତ୍ର , ମୁଖ୍ୟ ବକ୍ତଭାବେ ମାତୃପ୍ରେମୀ ବିପିନ ବିହାରୀ ରଥ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ରଘୁନାଥ ସାହୁ ଓ ଉପଦେଷ୍ଟା ପ୍ରଫୁଲ ଚନ୍ଦ୍ର ପାଢ଼ୀ ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନର ଶିକ୍ଷକ ବାଲ୍ମୀକି ପାଣି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରିନ୍ସପାଲ ହରିହର ମହାରଣା ବାର୍ଷିକ ବିବରଣୀ ପଠନ କରିଥିଲେ। ଅତିଥି ବୃନ୍ଦ ଶ୍ରୀ ଅରବିନ୍ଦ ଓ ଶ୍ରୀ ମା ଙ୍କ ଆଦର୍ଶକୁ ପାଥେୟକରି ଉତ୍ତମ ଭାବେ ଶିକ୍ଷା ଗ୍ରହଣ କରି ଭଲ ନାଗରିକ ହେବାକୁ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଶିକ୍ଷକ ପ୍ରଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ