୩୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ମଧୁବାବୁ ଭତ୍ତା ବଣ୍ଟନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକର ୩୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ଫେବୃୟାରୀ ୨୨ତାରିଖ ଦିନ ଓଡିଶା ସରକାରଙ୍କ ମଧୁବାବୁ ଭତ୍ତା ଯୋଜନରେ ପ୍ରାୟ ସାତ ଶହ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀଙ୍କ ତତ୍ତ୍ୱାବଧାନରେ ଓ ବିଏସଏସଓ ଶୁଭ୍ରାଂଶୁ ପୃଷ୍ଟିଙ୍କ ସଂଯୋଜନାରେ ମଧୁବାବୁ ଭତ୍ତା ଯୋଜନାରେ ଭତ୍ତା ବଣ୍ଟନ ହୋଇଥିଲା। ୩୮ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ହିତାଧିକାରୀଙ୍କୁ ବଡ ପଙ୍କଳବାଡ଼ି ଗ୍ରାମରେ ଅନୁଷ୍ଠିତ ଶିବିରରେ ଭତ୍ତା ବଣ୍ଟନ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ ଓ ଅନ୍ୟ ଲୋକ ପ୍ରତିନିଧି ଯୋଗଦେଇଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବରଙ୍କ ସମେତ ହିତାଧିକାରୀ ବୃନ୍ଦ ଯୋଗଦେଇଥିଲେ। ଜିପିଓ ଆଦିତ୍ୟ ନାୟକ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ