ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଭିନ୍ନ ଦାବି ନେଇ ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗୁରୁବାର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏଆଇଟିୟୁସି ସହ ଅନୁ ବନ୍ଧିତ ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘର ଗଞ୍ଜାମ ଜିଲ୍ଲା ସଭାପତି ରାଜେନ୍ଦ୍ର ଦାସଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ପାଚିକା ମାନେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରୀକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ।ସେଠାରେ ବିଭିନ୍ନ ଦାବୀ ପୂରଣ କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ରାଜ୍ୟରେ ପାଚିକା ମାନଙ୍କୁ ପୂର୍ବରୁ ମାସିକ 14 ଶହ ଟଙ୍କା ଥିବା ବେଳେ ମାତ୍ର 6ଶହ ଟଙ୍କା ବୃଦ୍ଧି ହୋଇ ୨ ହଜାର କରାଯାଇଛି ଯାହା କି ଅନ୍ୟ ରାଜ୍ୟ ତୁଳନାରେ କମ | ତେଣୁ ରାଜ୍ୟ ସରକାର ଏହାକୁ ବିଚାର କରି ମାସିକ ୧ ୮ ହଜାର ଟଙ୍କା ପ୍ରଦାନ କରିବା, ସମସ୍ତ ପାଚିକା ମାନଙ୍କ ବକେୟା ଟଙ୍କା ପ୍ରଦାନ କରିବା, ପାଚିକା ନିଯୁକ୍ତି ପ୍ରଣାଳୀକୁ ପରିବର୍ତ୍ତନ କରି ବିଦ୍ୟାଳୟ ପରିଚାଳନା କମିଟି ହାତରୁ ବାଦ ଦେଇ ସିଧାସଳଖ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ ଦ୍ୱାରା ଦିଆଯିବା, ୧୦ ମାସ ବଦଳରେ ୧୨ ମାସର ଭତ୍ତା ପ୍ରଦାନ କରିବା ଏବଂ ଅବସର ପରେ ପେନସନ ପ୍ରଦାନ କରାଯିବା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନ କରାଯିବା, କାର୍ଯ୍ୟରତ ସମୟରେ ଦୁର୍ଘଟଣା ଘଟିଲେ ସମ୍ପୁର୍ଣ୍ଣ ମେଡିକାଲ ଖର୍ଚ୍ଚ ପ୍ରଦାନ କରିବା, ମୃତ ବୀମା ରାଶି ବାବଦକୁ ୫ ଲକ୍ଷ କରିବା ଓ ପ୍ରସୂତି କାଳୀନ ଛୁଟି ୧୮୦ ଦିନ ଦିଆଯିବା ସମେତ ବିଭିନ୍ନ ଦାବି ସମ୍ପର୍କରେ ସେମାନେ ଏହି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘର ଗଞ୍ଜାମ ଜିଲ୍ଲା ସମ୍ପାଦିକା କୁନି ମହାପାତ୍ର, କୋଷାଧ୍ୟକ୍ଷ ମଞ୍ଜୁଳା ମହାନ୍ତି, ଏଆଇଟିୟୁସି ନେତା ଅଳକା ନାଥ ମିଶ୍ର ଓ ନୀଳକଣ୍ଠ ଦାଶ , ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ . ଜନାର୍ଦ୍ଦନ ରେଡ୍ଡୀ, ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକ, ସନ୍ଧ୍ୟାରାଣୀ ପଲାଇ, ରୁନୁ ବେହେରା, ସବିତା ପାତ୍ର, ପୁଷ୍ପାଞ୍ଜଳୀ ଗୌଡ, ଗୀତା ତରାଇ, ସବିତା ସାସମଲ, ମମତା ତ୍ରିପାଠୀ, ତାରାତାରିଣୀ ପଲାଇ, ସୁବାସିନୀ ମହାରଣା, ରିନା ବାଡତ୍ୟା, ପ୍ରଣିତା ରଥ, ବନିତା ସାହୁ, ପ୍ରଦୀପ କର, ଜି. ପଦ୍ମାବତୀ, ସଂଗୀତା ପଣ୍ଡା ଓ ମାଧୁରୀ ପଟ୍ଟନାୟକ ଙ୍କ ସମେତ ପାଚିକା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ