ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ଆସନ୍ତା ତା ୨୫-୦୨-୨୪ରିଖ ରବିବାର ଦିନ ଦିବା ୮ ଘଟିକାରେ ଓ.ଟି. ରୋଡ଼ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ସେହିଦିନ ସାଂଗଠନିକ ବୈଠକ ପରେ ଦିବା ୧୧ ଘଟିକାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ସାଧାରଣ ଅଧିବେଶନକୁ ଉଦ୍‌ଘାଟନ କରିବେ । ଏଥିରେ ମୁଖ୍ୟଅତିଥି ଭାବରେ ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବରେ କିଟ୍ ବିଶ୍ୱବିଦ୍ୟାଳୟର ଗବେଷଣାପ୍ରଜ୍ଞ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ସୁଦର୍ଶନ ନନ୍ଦ, ସମ୍ମାନୀତ ଅତିଥି ଭାବରେ ଉପଜିଲ୍ଲାପାଳ ଓ ଉପଖଣ୍ଡ ମାଜିଷ୍ଟ୍ରେଟ୍ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଉତ୍ତର ଓଡ଼ିଶା ସମାଜ ସଂସ୍କରଣର ଚିଫ୍ ବ୍ୟୁରୋ ଶ୍ରୀଯୁକ୍ତ କୁଳମଣି ବାରିକ ଯୋଗଦେବେ ବୋଲି ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିସହିତ ବିଭିନ୍ନ ଶାଖାସଂଘର କର୍ମକର୍ତ୍ତା ବାର୍ଷିକ ଉତ୍ସବରେ ଯୋଗଦେବେ ବୋଲି ସଂଘର ସଭାପତି ଇଂ. ବନମାଳୀ ନାୟକ ଓ ସମ୍ପାଦକ ଶ୍ରୀ ବସନ୍ତ କୁମାର ନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ