ଆମ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳତା ପାଇଁ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ଲକ ପକ୍ଷରୁ ସରପଞ୍ଚ ଓ ସମିତିଭ୍ୟ/ସଭ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ହାବିଲ ଖାଖା ପ୍ରମୁଖ ଯୋଗଦେଇ ସରପଞ୍ଚ ଓ ସମିତିଭ୍ୟ/ସଭ୍ୟା ମାନଙ୍କ ଆଗ୍ରହ ଓ ପୁର୍ଣ୍ଣସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରତି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ସଭ୍ୟା ମାନଙ୍କୁ ମାନପତ୍ର, ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଉଦ୍ୟମରେ ବ୍ଲକରେ ପ୍ରଥମଥର ପାଇଁ ଏପରି ଏକ କାର୍ଯ୍ୟକ୍ରମ କରାଯାଇଥିବାରୁ ନିର୍ବାଚିତ ଜନପ୍ରତିନିଧି ମାନେ ବିଡିଓଙ୍କୁ ସାଧୁବାଦ ଜଣାଇଛନ୍ତି । ଯନ୍ତ୍ରୀ ଶାସ୍ୱତ ଦାସ, ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ, ପିଇଓ ଜିତେନ୍ଦ୍ର ଜେନା, ଡିଇଓ ଜୀବନ ରାଉତ, ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


