ଜରାନିବାସରେ ପ୍ରଥମ ପେଣ୍ଠ ବୈଶ୍ୟ ମହିଳା ସଂଘର ବୈଠକ
ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଝୋଲରୀ ଜୟ କିଷାନ ଜରା ନିବାସ ପରିସରରେ ଘୁମୁସର ତାଲୁକା ବୁଗୁଡା ପେଣ୍ଠ ବୈଶ୍ୟ ମହିଳା ସଂଘ-୧ ପକ୍ଷରୁ ମାର୍ଚ୍ଚ ୫ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମହିଳା ସଂଘର ସଭାନେତ୍ରୀ ଏନ୍.ରୀନା ଚୌଧୁରୀଙ୍କ ପୌରହିତ୍ଯରେ ମହିଳା କଲ୍ୟାଣ ଯୋଜନା ସମ୍ପର୍କିତ “ମାଆକୁ ସମ୍ମାନ” କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ “ଘୁମୁସର ର ସ୍ବର”ର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ସେବା ନିବୃତ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ସ୍ତରରେ କରିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଦସ୍ୟାମାନଙ୍କୁ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଜୟ କିଷାନ ଜରାଶ୍ରମର ପରିଚାଳକ କାର୍ତ୍ତିକେଶ୍ଵର ବିଷୋୟୀ, ସମାଜସେବୀ ଟି. ସତ୍ୟନାରାୟଣ ପାତ୍ର, ୟୁ. ରୀନା ପାତ୍ର, ବି. ସଙ୍ଗୀତା ପାତ୍ର, ୟୁ. ବାଣୀଶ୍ରୀ ପାତ୍ର, ଟି. ପ୍ରକାଶ ସାମନ୍ତରା, ଟି. ଅରବିନ୍ଦ ପାତ୍ର, ୟୁ.ଗୋକୁଳ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଉନା.ଗୀତାଞ୍ଜଳୀ ପାତ୍ର, ଜେ.ବିଦ୍ୟୁତ୍ ଲତା ପୃଷ୍ଟି, ଟି.ପ୍ରେମଲତା ସାମନ୍ତରା, ୟୁ.ମମତା ପାତ୍ର, ଟି.ଉମା ରାଣୀ ପାତ୍ର, ୟୁ.ଅମ୍ବିକା ପାତ୍ର, ୟୁ.ବବିତା ପାତ୍ର, ଟି.ଭାଗ୍ୟ ଲକ୍ଷ୍ମୀ ସାମନ୍ତରା, ୟୁ.ବିଜୟଲକ୍ଷ୍ମୀ ପାତ୍ର, ୟୁ.ସୁନୀତା ପାତ୍ର, ୟୁ.କନ୍ୟାକୁମାରୀ ପାତ୍ର ପ୍ରମୁଖ ଯୋଗଦେଇ “ମହିଳା ସଶକ୍ତିକରଣ” ଓ “ବିଜୁ ଜୟନ୍ତୀ” ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜରାଶ୍ରମ ଅନ୍ତେବାସୀଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରି କେକ୍ କଟା ଯାଇଥିଲା। ଶେଷରେ କାର୍ତ୍ତିକେଶ୍ଵର ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ।


