ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗ୍ରୀଷ୍ମକାଳୀନ ରକ୍ତ ସଙ୍କଟ କୁ ଦୂରୀକରଣ କରିବା ପାଇଁ ସମାଜ ସେବାରେ ନିରନ୍ତର ପ୍ରଚେଷ୍ଟା କରୁଥିବା ଭଞ୍ଜନଗର ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା ପକ୍ଷରୁ ଆଜି ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଅଧକ୍ଷ ଧନଞ୍ଜୟ ବାଙ୍କୀ ରାଓ ଙ୍କ ପୌରାହିତ୍ୟ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ରକ୍ତଦାନ ଦ୍ବାରା ଅନ୍ୟର ଜୀବନ ବଞ୍ଚି ପାରିବ |ଆଗକୁ ଗ୍ରୀଷ୍ମ ଋତୁ ରହିଥିବାରୁ ଘୋର ରକ୍ତସଙ୍କଟ ପରିଲକ୍ଷିତ ହେବ ତେଣୁ ଏପରି ଶିବିର ମାଧ୍ୟମରେ ରେ ପୂର୍ବରୁ ରକ୍ତଭଣ୍ଡାର ରେ ରକ୍ତ ସଂଗୃହିତ କରି ରଖିଲେ ବହୁ ରୋଗୀ ଉପକୃତ ହେବେ ଆଉ ରକ୍ତ ଅଭାବ ରହିବନାହିଁ ବୋଲି ସଦସ୍ୟ ମାନେ ପ୍ରକାଶ କରିଥିଲେ | ଆର. ଟି. ଓ ଭଞ୍ଜନଗର ଓ ଟାଟା ଷ୍ଟ୍ରାଇଭି ର କର୍ମଚାରୀ ମାନେ ରକ୍ତଦାନ କରିଥିଲେ | ଏହି ରକ୍ତ ଦାନ ଶିବିର କୁ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଉଦ୍ଘାଟନ କରି ପ୍ରଥମେ ରକ୍ତଦନା କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଥାନା ଅଧିକରୀ କୁମାର ମୁଦୁଲି ଯୋଗଦେଇଥିଲେ ସଂମାନିତ ଅତିଥି ମାନଙ୍କ ମଧ୍ୟରେ ମେଡିକାଲ ଅଧିକ୍ଷକ ଡା ସୀତାଂଶୁ ଶେଖର ଶତପଥୀ,ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଏମ ଭି ଆଇ ଏସ ମହାରଣା,ଅନୁପମ ବାନାର୍ଜୀ, ଶୁଳପାଣି ଶତପଥୀ, ପଞ୍ଚାନନ ପାଳ ଯୋଗ ଦେଇଥିଲେ | ଅନୁଷ୍ଠାନ ଅଧ୍ୟାପକ ଓ ଅଧ୍ୟପିକା ମଞ୍ଜୁଳା ଭୂୟାଁ, ସ୍ଵାଗତିକା ଦୀକ୍ଷିତ ଓ ଦିବ୍ୟ ରଞ୍ଜନ ଦାସ, ଦୀପକ କୁମାର ମହାରଣା, ପ୍ରମୋଦ ପ୍ରଧାନ, ଜଗନ୍ନାଥ ଟୁଡୁ, ସଂଜୀବ ହାଁସଦା, ସୁକାନ୍ତ କୁମାର ବେହେରା ସାମ୍ବାଦିକ ବିଶ୍ଵାମ୍ବର ଜେନା, ଜୟକୃଷ୍ଣ ପଟନାୟକ, ମନୋଜ ଗୌଡ଼, ରଞ୍ଜିତ ଜେନା, ନିଲୁ ବିଷୋୟୀ,ବୀରେନ୍ଦ୍ର ସ୍ୱାଇଁ ବିପଦର ବନ୍ଧୁ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ