ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ୮୪ତମ ଉକ୍ରଳ ଦିବସ ପାଳନ

ବାଲେଶ୍ୱର,ଯୁଗାବ୍ଦ ନ୍ୟୁଜ): ଓଡ଼ିଶାକୁ ବାଦ ଦେଇ ଭାରତୀୟ ସଂସ୍କୃତିର ପରିକଳ୍ପନା କରାଯାଇନପାରେ ବୋଲି ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଆୟୋଜିତ ୮୪ତମ ସ୍ୱତନ୍ତ୍ର ଉକ୍ରଳ ଦିବସ ସମାରୋହରେ ଉଦ୍ବୋଧନ ଦେଇ ବିଶିଷ୍ଟ ବକ୍ତାମାନେ ସେମାନଙ୍କ ମତବ୍ୟକ୍ତ କରିଛନ୍ତି । ୨୦୧୪ରେ ଓଡ଼ିଆକୁ ୬ଷ୍ଠ ଜାତୀୟ ଭାଷା ଭାବରେ ଭାରତ ସରକାରଙ୍କ ପକ୍ଷରୁ ଶାସ୍ତ୍ରୀୟମାନ୍ୟତା ପ୍ରଦାନ କରାଯିବା ଘଟଣା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ବୋଲି ସେମାନେ ସ୍ପଷ୍ଟ କରିଥିଲେ । ଆଜି ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟ-ସଂଗୀତ-କଳା ମନ୍ଦିରଠାରେ ଭାଷା ସୁରକ୍ଷା ସମ୍ମିଳନୀର ଜିଲ୍ଲା କମିଟି ସଭାପତି କବି ବିମଳ ଜେନାଙ୍କ ପୌରହିତ୍ୟରେ ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ସମ୍ମିଳନୀରେ ରାଜ୍ୟ ସଂପାଦକ ଲକ୍ଷ୍ମୀଧର ବେହେରା ପ୍ରାରମ୍ଭିକ ସୂଚନା ଦେଇ ଓଡ଼ିଆ ଜାତିର ଯେଉଁ ମହାନ ପୁରୁଷମାନଙ୍କ ଦୀର୍ଘବର୍ଷର ସଂଘର୍ଷ ଫଳରେ ୮୩ବର୍ଷ ତଳେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠିତ ହୋଇଥିଲା ଏବେ ଏହାର ଭାଷା, ସାହିତ୍ୟ, ସମାଜ ଓ ଅର୍ଥ ବ୍ୟବସ୍ଥା କେତେ ସମୃଦ୍ଧ ହୋଇଛି ତାହା ଆଜିର ଦିନରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଆତ୍ମସମୀକ୍ଷା କରିବାର ସମୟ । ଅନ୍ୟାନ୍ୟ ଉନ୍ନତ ରାଜ୍ୟଗୁଡ଼ିକ ସହିତ ଓଡ଼ିଶା ତଥା ଓଡ଼ିଶାକୁ ସମକକ୍ଷ କରିବାଲାଗି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ଓ ସଂଗ୍ରାମର ଆବଶ୍ୟକତା ରହିଛି ବୋଲି ସେ ସୂଚାଇଥିଲେ । ନିଜ ମାତୃଭାଷାର ବିକାଶ କରାଯିବା ଘେନି ଦେଖାଦେଇଆସୁଥିବା ବିଭିନ୍ନ ପ୍ରତିବନ୍ଧକର ଦୂରୀକରଣ ସାଙ୍ଗକୁ ଏହାକୁ ଜୀବନ ଓ ଜୀବିକାର ଭାଷାରେ ପରିଗଣିତ କରାଯିବା ଘେନି ଫକୀରମୋହନ ସାହିତ୍ୟପରିଷଦର ସଭାପତି ଡ. ଶିରିଶ ଚନ୍ଦ୍ର ଜେନା, ସାହିତ୍ୟ ଏକାଡେମୀ ସଦସ୍ୟ ଡ. ହରିଶ୍ଚନ୍ଦ୍ର ବେହେରା, ଶିକ୍ଷାବିତ୍ ଡ. ରମାକାନ୍ତ ବେହେରା, ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଡ. ପଦ୍ମଲୋଚନ ପାତ୍ର, ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ, ଉପସଭାପତି ଭଗବାନ ଚନ୍ଦ୍ର ରାଉତ, କବି ଶ୍ରୀଦେବ, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ଉକ୍ରଳ ସମ୍ମିଳନୀର ଉପସଭାପତି ବସନ୍ତଲତା ପଟ୍ଟନାୟକ, ସମ୍ପାଦକ ଦୀନବନ୍ଧୁ ଲେଙ୍କା, ବାଲେଶ୍ୱର ସରକାରୀ ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ର. ଅନନ୍ତ ପ୍ରଧାନ, ‘ଯୁଗଶ୍ରୀ ଯୁଗନାରୀ’ ସଂପାଦିକ ମମତା ମହାପାତ୍ର, ‘ନୃତ୍ୟ-ସଂଗୀତ-କଳା ମନ୍ଦିର’ର ସଂପାଦକ ଶରତ ଚନ୍ଦ୍ର ଦାଶ, ଶିଶୁସାହିତ୍ୟିକ ଲକ୍ଷ୍ମୀଧର ମହାନ୍ତି, ଲୋକନାଥ ଆଚାର୍ଯ୍ୟ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ମଧୁସୂଦନ ଜେନା, ସନାତନ ନାୟକ, ରାଜେନ୍ଦ୍ର ନାଥ ରାଉତ, ସରସ୍ୱତୀ ପଣ୍ଡା, କଲ୍ୟାଣୀ ନନ୍ଦ, ଦୁକୁଲ ଚନ୍ଦ୍ର ଘଡ଼ାଇ, ସୁବ୍ରତା ମହାନ୍ତି, ଅକ୍ଷୟ କୁମାର ତ୍ରିପାଠୀ, ବେଣୁଧର ପାଳ, ଦାମୋଦର ନାୟକ, ଯଶୋଦାନନ୍ଦନ ଆଶ୍ ଓ ଅପର୍ଣ୍ଣା କର ପ୍ରମୁଖ ସେମାନଙ୍କର ଉପାଦେୟ ମତାମତ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହେମଲତା ଦାସ, ବାସନ୍ତୀ ନାୟକ, ପ୍ରଭାସିନୀ କର, ରମେଶ ଚନ୍ଦ୍ର ଜେନା, ଅଜୟ କୁମାର ବେହେରା, ଡମ୍ବରୁଧର ପ୍ରଧାନ, ମନୋରଞ୍ଜନ ପାଳ, ପଦ୍ମଲୋଚନ ଦତ୍ତ, ବିଷ୍ଣୁଚରଣ ପାଢ଼ୀ, ସନାତନ ଦାସ, ବିନାୟକ ଭଟ୍ଟ, ଅନିଲ୍ କୁମାର ସୂର୍ଯ୍ୟ, କଳ୍ପନା ରଣା, ଚିତ୍ରା ପାତ୍ର, ସୁରେଶ ଚନ୍ଦ୍ର ଜେନା, ଗୋପବନ୍ଧୁ ପୃଷ୍ଟି, ସତ୍ୟବ୍ରତ ମହାନ୍ତି, ବିଜନ କୁମାର ଦେ, ଦୀପକ ଦାସ ଓ ବ୍ରଜସୁନ୍ଦର ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଭାଷା ସୁରକ୍ଷା ସମ୍ମିଳନୀର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କ ବିୟୋଗରେ ତାଙ୍କ ଦିବଂଗତ ଆତ୍ମାର ସଦ୍ଗତି କାମନା କରାଯାଇ ସଭାରେ ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସଂପାଦିକା ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ