ବୁଗୁଡା ପୋଲିସ୍ ପକ୍ଷରୁ ବୁଗୁଡା ସହରରେ ଫ୍ଳାଗ୍ ମାର୍ଚ୍ଚ

ବୁଗୁଡା, (ଅନିଲ କୁମାର ମହାରଣା):ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ପର୍ଯ୍ୟାୟରେ ମଇ ୨୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବିଧାନସଭା ନିର୍ବାଚନ ମଧ୍ୟ ସେହି ଦିନ ଅନୁଷ୍ଠିତ ହେବ। ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ତିନି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ପାର୍ଟିର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ରାଜନୈତିକ ଉଷ୍ଣତା ମଧ୍ୟ ଆରମ୍ଭ ହୋଇଗଲାଣି। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ପୋଲିସ୍ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ବୁଗୁଡା ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଏପ୍ରିଲ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ସମସ୍ତ ଜନ ସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବୁଗୁଡା ପୋଲିସ ସଜାଗ ଥିବାବେଳେ ଯେକୌଣସି ପ୍ରକାର ଅସାମ୍ବିଧାନୀ ଓ ଅପ୍ରିତିକର କାର୍ଯ୍ୟକଳାପର ଦୃଢ଼ ମୁକାବିଲା କାରାଯିବା ବୋଲି ଘୋଷଣା କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚରେ ବୁଗୁଡା ପୋଲିସ ଥାନା ସବଇନ୍ସପେକ୍ଟର ସମୀର କୁମାର ସେଠୀ, ବାଲିପଦର ଫାଣ୍ଡି ଓଆଇସି ସମୀର କୁମାର ବେହେରା, ବୁଗୁଡା ପୋଲିସ ଫୋର୍ସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ