କାଶୀନଗର ଏନଏସିରେ ସଫେଇ କର୍ମଚାରୀ ଅନୁପସ୍ଥିତ, କୁଢ଼ କୁଢ଼ ଅଳିଆ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କାଶୀନଗର ଏନ ଏ ସି ମଧ୍ୟରେ ସଫେଇ କର୍ମଚାରୀ ମାନଙ୍କ ଅନୁପସ୍ଥିତି ଯୋଗୁଁ କୁଢ଼ କୁଢ଼ ଅଳିଆ ଗଦେଇ ହୋଇ ପଡି ରହିଥିବା ନଜରକୁ ଆସିଛି. କାଶୀନଗର ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁଙ୍କୁ ସାକ୍ଷାତ କରି ଯୋଗାଯୋଗ କରିବାରୁ ସେ କହିଲେ ଯେ, ସଫେଇ କର୍ମଚାରୀ ମାନଙ୍କୁ ଠିକ ଭବେ ଦୈନିକ ପାରିଶ୍ରମିକ ମିଳୁ ନ ଥିବା, ଅନ୍ୟ ପକ୍ଷରେ କଟକର ଗୋଟିଏ ଘରୋଇ ସଂସ୍ଥା କାଶୀନଗର ଏନ ଏ ସି ସଫେଇ କାର୍ଯ୍ୟ ନିମନ୍ତେ ଦାୟିତ୍ୱ ନେଇଥିବା ବେଳେ ଠିକ ସମୟରେ ମଜୁରୀ ପ୍ରଦାନ ଦେବାରେ ବିଳମ୍ବ କରୁଥୁବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା କହିଥିଲେ. ଏ ବିଷୟରେ ସେହି ସଂସ୍ଥା ସହିତ ଯୋଗାଯୋଗ କରିବା ସମ୍ଭବ ପର ହୋଇ ନ ଥିଲା. କାଶୀନଗର ଏନ ଏ ସି କାର୍ଯ୍ୟାଳୟ ତରଫରୁ ଏଠାରେ ମାତ୍ର ଦୁଇ ଜଣ ନିୟମିତ ସଫେଇ କର୍ମଚାରୀ ଥିବା ବେଳେ ଠିକାରେ କାମ କରୁଥିବା ସଫେଇ କର୍ମଚାରୀ ମାନେ ଅଳ୍ପ ପରିଶ୍ରମିକ ପାଉଥିବା ଯୋଗୁଁ ଏହିଭଳି ଅସମୟରେ ଏନ ଏ ସି କୁ ସେମାନେ ସହଯୋଗ କରୁନାହାନ୍ତି ବୋଲି କିଛି ସଫେଇ କର୍ମଚାରୀ କହିଥିଲେ. ସ୍ୱଚ୍ଛତା,ପରି ଚ୍ଛନ୍ନତା ଓ ପରିମଳ ବ୍ୟବସ୍ଥା ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ସରକାର ଏନ ଏ ସି କୁ ଅଜସ୍ର ଅର୍ଥ ମଞ୍ଜୁରୀ କରୁଥିଲେ ମଧ୍ୟ କାଶୀନଗର ଏନ ଏ ସି ରେ ଏହାର ବ୍ୟତିକ୍ରମ ପାରିଲିକ୍ଷିତ ହେଉଥିବାରୁ କାଶୀନଗର ବାସୀ ଅଭିଯୋଗ ଆଣି ପ୍ରତିବାଦ ମଧ୍ୟ କରିଛନ୍ତି.


