ସରକାରଙ୍କ ପାନୀୟ ଜଳ ଯୋଜନା ଲାଇଲାଇ ଗ୍ରାମବାସୀଙ୍କ ପାଇଁ ସାତ ସପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାରଙ୍କ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । ହେଲେ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁ ନ ଥିବା ଅଭିଯୋଗ ହୋଇଛି. ଆଜି ବି ଏମିତି କିଛି ଦୁର୍ଗମ ଗ୍ରାମ ରହିଛି ସେଠାରେ ପାନୀୟ ଜଳ ଯୋଜନା ସହ ଅନେକ ଯୋଜନାର ସୁଫଳ ଲୋକଙ୍କ ଠାରେ ପହଞ୍ଚୁ ନାହିଁ. ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଲାଇଲାଇ ଗ୍ରାମର ଲୋକଙ୍କ ପାଇଁ ସରକାରଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଜନା ସାତ ସପନ ପାଲଟିଛି.ମାଠିଏ ପାଣି ପାଇଁ ଦୁର୍ଗମ ଜଙ୍ଗଲ ମଧ୍ୟରେ ଥିବା ଏକ ନାଳ ପାଣି ହିଁ ସେମାନଙ୍କୁ ସାହା ଭରସା ହୋଇଛି | ଏହି ନାଳ ପାଣି ଆଣିବା ପାଇଁ ମଧ୍ୟ ସେମାନଙ୍କୁ 2 କିମି ବିପଦପୂର୍ଣ୍ଣ ରାସ୍ତା ଯିବାକୁ ପଡୁଛି ବୋଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ କେହି କର୍ଣପାତ କରୁନାହାନ୍ତି. ଏଠାରେ ସୂଚନାଯୋଗ୍ୟଯେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଲାଇଲାଇ ଗାଁ। ପଞ୍ଚାଯତ ସଦରମହକୁମା ଏହି ଗାଁରେ ଦେଢଶହରୁ ଅଧିକ ପରିବାର ବସବାସ କରୁଥିବାବେଳେ ଲୋକସଂଖ୍ୟା ପ୍ରାୟ 12 ଶହ ଗ୍ରାମବାସୀ ରହନ୍ତି. ସେମାନଙ୍କ ପାଇଁ ଗାଁରେ ଦୁଇଟି ନଳକୂପ ରହିଥ‌ିବା ବେଳେ ସେଥିରୁ ବାହାରୁଥିବା ପାଣି ଏତେ ମଇଳା ଯେ ଲୋକେ ତାହାକୁ ପିଇବା ପାଇଁ ତ ଦୂରର ବ୍ୟବହାର ପାଇଁ ମଧ୍ୟ ସାହସ କରିପାରୁନାହାନ୍ତି. ସେହିପରି ଗ୍ରାଭିଟି ଫ୍ଲୋ ମାଧ୍ଯମରେ ଗାଁକୁ ପାଣି ଯୋଗାଇବା ପାଇଁ ଏକ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସିପାରୁନାହିଁ । ଏଭଳି ସ୍ଥିତିରେ ଏହି ଗାଁର ଲୋକଙ୍କ ସାହା ଭରସା ପାଲଟିଛି ଗାଁ ଠାରୁ ଦୁଇ କିମି ଦୂରରେ ଥିବା ନାଳ | ଏହି ନାଳର ପାଣି ବର୍ଷା ଦିନରେ ଗୋଳିଆ ରହୁଥ‌ିବା ବେଳେ ଖରାଦିନେ ଜଳକଷ୍ଟ ଦେଖାଦେଉଛି | ଏଭଳି ସ୍ଥିତିରେ ଗାଁର ମହିଳା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏହି ପାଣି ବ୍ୟବହାର ଦ୍ବାରା ଗାଁର ଅନେକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପଞ୍ଚାୟତ ଠାରୁ ଆରମ୍ଭ କି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ସବୁ ସ୍ଥାନରେ ଜଣାଇଛନ୍ତି ଗ୍ରାମବାସୀ । ହେଲେ ଆଜି ଯାଏଁ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରି ନ ଥିବା ବେଳେ ସରକାର ଏହି ଗାଁ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ପାଣି ସମସ୍ୟାର ସମାଧାନ କରିବାକୁ ମହିଳାମାନେ ଦାବି କରିଛନ୍ତି | ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଏହା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଗାଁର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କୁହାଯାଇଛି| ହେଲେ ବାସ୍ତବ ସ୍ଥିତି ଏହି ଗାଁର ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡୁଛି | ଆଦିବାସୀ ଅଧ୍ୟଷିତ ଏହି ଗାଁ ଲୋକେ ଦୀର୍ଘ ବର୍ଷ ହେବ ଜଳକଷ୍ଟ ସମସ୍ୟାର ସମାଧାନ ପାଇଁ ଦାବି କରିଆସୁଥିଲେ ମଧ୍ୟ ସେମାନଙ୍କ କଥା ପ୍ରତି କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ