ସଲିଆପତିନିକୁ ବେଆଇନ ଶିକାର କରୁଥିବା ୪ ଶିକାରୀ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଡ଼ିଏଫଓ ଏସ. ଆନନ୍ଦ କୁମାର ଜିଲ୍ଲାରେ ଜଙ୍ଗଲ ଓ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ କଡାକଡ଼ି ନିର୍ଦେଶକ୍ରମେ ଗଜପତି ଜିଲ୍ଲାରେ ସମସ୍ତ ବନ କର୍ମଚାରୀ ସଜାଗ ରହିବା ସହ ବିଭିନ୍ନ ପ୍ରକାର ପେଟ୍ରୋଲିଂରେ ଜାରି ରଖିଛନ୍ତି. ଏଭଳି ପେଟ୍ରୋଲିଂରେ ଜାରି ରଖିଥିବାବେଳେ ସଲିଆପତିନିକୁ ବେଆଇନ ଭାବେ ଶିକାର କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଛି. ଘଟଣାରୁ ପ୍ରକାଶ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ୍ ସୁବ୍ରଜିତଙ୍କ ନେତୃତ୍ୱରେ ଗତ ବୁଧବାର ବିଳମ୍ବିତ ରାତ୍ରରେ ଗରାବନ୍ଧ ସେକ୍ସନ ଷ୍ଟାଫ ଲବନ୍ୟଗଡ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲ ଜନ୍ତୁକୁ (ସଲିଆପତିନି) ବେଆଇନ ଭାବେ ଶିକାର କରୁଥିବା ଦେଖ୍ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ମାନେ ଆନ୍ଧ୍ରପ୍ରଦେଶର ଶେଖରପୁର ଗ୍ରାମର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଜନ୍ତୁ ଶିକାର ମାରଣଅସ୍ବ ଜବତ କରାଯାଇଛି. ଏଥିରେ ଆଉ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରିରହିଛି । ଏହି ପେଟ୍ରୋଲିଂରେ ବନପାଳ ଦୁର‌୍ୟ୍ୟୋଧନ ଜେନା,ବନରକ୍ଷୀ ଗିରିଶ କୁମାର ଏବଂ ପାରା ଫରେଷ୍ଟ ଷ୍ଟାଫ ଉପସ୍ଥିତ ରହିଥ‌ିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ