ଘୁମୁସର ବିକାଶ ପରିଷଦ ତରଫରୁ ସାମ୍ବାଦିକ ସମ୍ମିଳନୀ
ଭଞ୍ଜନଗର: (ସନ୍ତୋଷ ଜେନା):ହଜାରରୁ ଉର୍ଦ୍ଧ୍ୱ ବର୍ଷଧରି ଭଞ୍ଜ ରାଜବଂଶ ଶାସନIଧୀନ ପ୍ରାଚୀନ ଘୁମୁସର ଆଜି ସାଂସ୍କୃତିକ, ସାମାଜିକ, ଧାର୍ମିକ ଅର୍ଥନୈତିକ, ଶୈକ୍ଷିକ, ଭୌଗଳିକ କ୍ଷେତ୍ରରେ ଅବହେଳିତ ହେବାର ମୁଖ୍ୟ କାରଣ ଘୁମୁସର ଜିଲ୍ଲା ଗଠନ ନହେବା ଓ ରାଜନୈତିକ ଇଛାଶକ୍ତି ଅଭାବ ରହିଛି ବୋଲି ଘୁମୁସର ବିକାଶ ପରିଷଦ ଅନୁଭବ କରିଅଛି |ଭଞ୍ଜନଗର ସ୍ଥାନୀୟ ଖଲIସୀ ସାହିସ୍ଥିତ ସଭାଗୃହ ଠାରେ ଘୁମୁସର ବିକାଶ ପରିଷଦ ତରଫରୁ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇ ପରିଷଦ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ କୋଷାଧକ୍ଷ ବି ସୁଶାନ୍ତପାତ୍ର, ବରିଷ୍ଟ ସଭ୍ୟ ରବୀନ୍ଦ୍ର ସାମନ୍ତ ଓ ଗୋପାଳ ଚନ୍ଦ୍ରଲେଙ୍କା ମିଳିତ ଘୁମୁସର ଜିଲ୍ଲା ଘୋଷଣା ସହ ସ୍ଥାନୀୟ ଅଂଚଳ ସମସ୍ୟାର ସମାଧାନ ଉପରେ ପ୍ରେସ ଇସ୍ତାହାର ଦେଇଛନ୍ତି I କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ସ୍ୱୟଂଶାସିତର ମାନ୍ୟତା, ଓଡିଆ ଭାଷା ସାହିତ୍ୟ ଓ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଆଦିବାସୀ ବିଶ୍ଵ ବିଦ୍ୟାଳୟ, ଭଞ୍ଜ ସଙ୍ଗୀତର ବହୁଳ ପ୍ରଚାର ଭଞ୍ଜ ସାହିତ୍ୟକୁ ହିନ୍ଦୀ ଇଂରାଜୀ ଭାଷIରେ ଅନୁବାଦ କରିବା, ଭଞ୍ଜଙ୍କ ନାମରେ ଡାକ ଟିକଟ, କବିଙ୍କ ଶ୍ରେଷ୍ଠକାବ୍ୟ ବୈଦେହୀ ବିଳାସ ନାମରେ ବୈଦେହୀ ଟ୍ରେନ ପ୍ରଚଳନ,ବୀର ଚକରା ବିଶୋଈଙ୍କ ନାମରେ ଶାରୀରିକ ମହାବିଦ୍ୟାଳୟ ସ୍ଥାପନ, ତନରଡା ସ୍ଥିତ ପାଠାଗାରକୁ ଡିଜିଟାଲ ଲାଇବ୍ରେରୀ ରୂପାନ୍ତିକରଣ, ଖୋଲା ରଙ୍ଗମଞ୍ଚ ଓ ଘୁମୁଷର ଐତିହ୍ୟ ସଂରକ୍ଷଣ ପାଇଁ ସଂଘ୍ରାଳୟ ନିର୍ମାଣ କରିବା, ଭଞ୍ଜନଗରର ଉପଖଣ୍ଡ ମେଡିକାଲକୁ ଜିଲ୍ଳା ମେଡିକାଲରେ ରୂପାନ୍ତତରିତ କରିବା ସହ ଆଖି ,କାନ ଓ ନାକ ବିଭାଗ ର ଚିକିତ୍ସାଳୟ ଖୋଲିବା ଓ ସ୍ଥାୟୀ ଜିଲ୍ଲା ମେଡିକାଲ ବୋର୍ଡ,ଆଞ୍ଚଳିକ ନିଦାନ ପରୀକ୍ଷା କେନ୍ଦ୍ର ସ୍ଥାପନ ,ଘୁମୁସର କ୍ଷେତ୍ରରେ ଥିବା ଏଏସଆଇ ଅଧୀନସ୍ଥ ସମସ୍ତ ପ୍ରାଚୀନ ମନ୍ଦିର ଗୁଡିକର ବିକାଶ ଓ ଦେବସ୍ଵ ଜମିକୁ ଜବରଦଖଲ ମୁକ୍ତ , କୁଲIଡ ଉପର ବ୍ୟIଘ୍ରଦେବୀ ପୀଠକୁ ସଡକ ନିର୍ମାଣ, ବେଲଗୁଣ୍ଠI ପିତଳ ମାଛ ଓ ଚଢିଆପଲ୍ଲୀ ଗୋବର କଣ୍ଢେଇ କାରିଗରୀଙ୍କ ବିକାଶ, କୋଦଣ୍ଡା କଣ୍ଢେଇନାଚ ଓ ଲୋକ ନାଟ୍ୟ କଳାର ସୁରକ୍ଷା, ସୋରଡା ଓ ଭଞ୍ଜନଗର ଜଳଭଣ୍ଡାରର ପୁନରୁଦ୍ଧାର ସହ ଥିବା ସମସ୍ତ ବୃହତ ଉଠାଜଳ ସେଚେନ(ଏମ ଏଲ ଆଇ )କୁ ତୁରନ୍ତ କାର୍ଯ୍ୟକ୍ଷମ,ଘୁମୁସରୀ ଗୋପାଳକଙ୍କ ସାମୁହିକ ବିକାଶ, ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର, ବିହନକେନ୍ଦ୍ର, ପାରମ୍ପରିକ କୃଷି କରିବା ଓ ଓମଫେଡ ର ଚିଲିଙ୍ଗ ପ୍ଳାଣ୍ଟ ସ୍ଥାପନ, ଆସିକା ଚିନିଶିଳ୍ପ କାରଖାନା ଓ ସୂତIକଳ କେନ୍ଦ୍ରର ପୁନରୁଦ୍ଧାର, ବ୍ରହ୍ମପୁର ଫୁଲବାଣି ଭାୟା ଭଞ୍ଜନଗର ରେଳ ପଥ ନିର୍ମାଣ ,ପରିତ୍ୟକ୍ତ ଅବସ୍ଥାରେ ଥିବା ସମସ୍ତ ବିଜୁଗ୍ରାମୀଣ ବଜାର କାର୍ଯ୍ୟକ୍ଷମ , ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ଥିବା ପାକିଡି ପର୍ବତମାଳରେ ଥିବା ମୟୂର ପ୍ରଜାତୀର ବିକାଶ, ବାଲିପଦର ପରିପାର୍ଶ୍ଵରେ ଥିବା କୃଷସାର ଅଭରଣ୍ୟାର ବିକାଶ, ସୋରଡା ବ୍ଲକକୁ ରାଜସ୍ଵ ଉପଖଣ୍ଡ ଓ ବଡଗଡକୁ ବ୍ଲକ ଘୋଷଣI, ବୁଗୁଡାର ବାଲିପଦର ଓ ଜଗନ୍ନାଥପ୍ରସାଦକୁ ଏନଏସି ଓ ତିନିଛକିଆରେ ବ୍ଲକ ଘୋଷଣI ,ସୋରଡା ଓ ଜଗନ୍ନାଥପ୍ରସାଦର ଆଦିବାସୀ ଆଧୁସିତ ଓ ଦୁର୍ଗମ ଅଂଚଳକୁ ପକାରାସ୍ତା ନିର୍ମାଣ, ଭଞ୍ଜନଗରରେ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରତିଷ୍ଠI,ସୁରତରେ ରହୁଥିବା ପ୍ରବାସୀ ଘୁମୁସର ଶ୍ରମିକମାନଙ୍କ ସ୍ଵତନ୍ତ୍ର ଯୋଜନା କରିବା ଓ ବେକାର ଯୁବକଙ୍କୁ ରୋଜଗାର ଓ ଆତ୍ମନିର୍ଭର କରିବା ପାଇଁ କ୍ଷୁଦ୍ର, କୁଟୀର ଓ ବୃହତ ଶିଳ୍ପ ସ୍ଥାପନ କରିବା ପାଇଁ ଘୁମୁସର ବିକାଶ ପରିଷଦ ଆଜି ସମସ୍ତ ରାଜନୈତିକ ଦଳ ତରଫରୁ ନିର୍ବାଚନ ଲଢୁଥିବା ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କୁ ଅନୁରୋଧ ସେମାନେ ନିର୍ବାଚନ ଇସ୍ତାହାର ଏ ବିଷୟ ଗୁଡିକ ସ୍ଥାନିତ କରିବା ଓ ପ୍ରଚାର ପ୍ରସାର ମାଧ୍ୟମରେ ଏ ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ଘୁମୁସର ବାସୀଙ୍କୁ ପ୍ରତିଶ୍ରୁତି ଦିଅନ୍ତୁ ଓ ସ୍ଥାନୀୟ ସମସ୍ୟା ଗୁଡିକ ଉପରେ ରାଜନେତାମାନେ ଉତରଦାୟୀ ହୁଅନ୍ତୁ ବୋଲି ପରିଷଦ ବିବ୍ରୁତି ଦେଇ ଅଛି I ଆଗାମୀ ନିର୍ବାଚନରେ ଘୁମସର ବାସୀ ଉପଯୁକ୍ତ ପ୍ରାର୍ଥୀକୁ ଚୟନ କରି ଗଣ ପର୍ବରେ ସାମିଲ ହୁଅନ୍ତୁ |


