ଶିକ୍ଷକ ସ୍ୱର୍ଗତ ରବି ନାରାୟଣ ଜେନାଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ନିମପଲ୍ଲୀ ଗ୍ରାମର ତଥା ପଧାନପଡାସ୍ଥିତ ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ସ୍ୱର୍ଗତ ରବି ନାରାୟଣ ଜେନାଙ୍କ ଏକାଦଶାହ ଅବସରରେ ବନ ବିହାରୀ ନୋଡାଲ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ସେକ୍ ଜଲାଲଉଦ୍ଦୀନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି, ସମାଜସେବୀ ଗୋପବନ୍ଧୁ ସେଠୀ, ଆଇନଜୀବି ପରମେଶ୍ୱର ବାରିକ, ଯୁବ ନେତା ସେକ୍ ସମିମ୍ ନୱାଜଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ସ୍ୱର୍ଗତ ଜେନାଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହିତ ତାଙ୍କର କର୍ତ୍ତବ୍ୟ ନିଷ୍ଠା ସଂପର୍କରେ ସ୍ମୃତିଚାରଣ କରିଥିଲେ । ଏଥିରେ ଅଶୋକ ଘଡେଇ, ପ୍ରଦୀପ୍ତ ସାହୁ, ଅଭିରାମ ସାହୁ, ସଚ୍ଚିତାନନ୍ଦ ନାୟକ, ବାବାଜି ଚରଣ ବେହେରା, କାର୍ତ୍ତିକ ଜେନା, ସେକ୍ ନଇମ୍, ମୁକ୍ତିକାନ୍ତ ସାହୁ, ନିତ୍ୟାନନ୍ଦ ସାହୁଙ୍କ ସମେତ ଉଭୟ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷାକର୍ମୀ, ଶୋକସନ୍ତପ୍ତ ପରିବାରବର୍ଗଙ୍କ ସମେତ ଛାତ୍ରୀଛାତ୍ର ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଜେନାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।


