ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଏସ୍ସି ମୁଖାର୍ଜୀଙ୍କ ପୌରହିତ୍ୟରେ ଓ ଡ. ଏସ୍ ମାଲାକାରଙ୍କ ବାସଭବନ ଗୀତାଞ୍ଜଳି ହଲରେ ବେଙ୍ଗଲୀ କବିତା, ଗୀତ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଓ ବେଙ୍ଗଲୀ ସଂସ୍କୃତି ମଧ୍ୟରେ ପରସ୍ପର ଭାତୃଭାବ ବଜାୟ ରଖିବା । ଏହି କାର୍ଯ୍ୟକ୍ରମରେ କମଲେଶ ସିଂହ୍ନା, ସୁନାମଧନ୍ୟ ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ରାଧା ବସୁ, ସୁଜାତା ଚାଟାର୍ଜୀ, ପ୍ରିୟା ସେନଗୁପ୍ତା,ଶୁଭ୍ରା ମିଶ୍ର, ସୋମନାଥ ମିଶ୍ର, ସିର୍ଦ୍ଧାର୍ଥ ହଳଧର, ସୁଭ୍ରା ହଳଧର, ଦୋଲନ ଚାଟାର୍ଜୀପ୍ରମୁଖ ଅଂଶ ଗ୍ରହଣ କରିଥିଲେ ବୋଲି ଗୀତାଞ୍ଜଳି ଅନୁଷ୍ଠାନର ସାଧାରଣ ସଂପାଦକ ତପନ କୁମାର ରାହା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ମତବ୍ୟକ୍ତ କରିଛନ୍ତି ।


