କୋମଳମତି ଶିଶୁଙ୍କ ଦ୍ୱାରା କ୍ରାନ୍ତିର ଶାଖା କାର୍ଯ୍ୟାଳୟ ଉଦଘାଟିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଶ୍ରୀ ରାମ ନଗର ଦ୍ୱିତୀୟ ଲାଇନ୍ ସ୍ଥିତ ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସ୍ନାଲ ସ୍କୁଲ ପରିସରରେ ସାମାଜିକ ଅନୁଷ୍ଠାନ କ୍ରାନ୍ତିର ଶାଖା କାର୍ଯ୍ୟାଳୟ କୋମଳମତି ଶିଶୁ ରୀୟାଂଶ ଓ ରିତେଶଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିବା ସହ ଏହି ଶାଖାରେ ସମସ୍ତ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଆବାକସ୍, ତାଇକୋଣ୍ଡ, ସହ ଅନ୍ୟାନ୍ୟ ବିଷୟରେ ଶିଶୁମାନଙ୍କୁ ଶିକ୍ଷା ଦିଆଯିବା ସହ ଏହି ଅଞ୍ଚଳର ଜନସାଧାରଣଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯିବ ବୋଲି ମତ ପ୍ରକାଶ କରିଥଲେ । ଏହି ଉଦ୍ଘାଟନୀ ଉତ୍ସବରେ ଗ୍ରେଟ୍ ଇଣ୍ଡିଆ ଇଣ୍ଟର୍ନେସନାଲ ସ୍କୁଲର ଚେୟାର୍ମ୍ୟାନ ଚିତ ଦାଶ, ମହାନ ସଂଘ ସଭାପତି ସୁଶାନ୍ତ ସାବତ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ର ସମ୍ପାଦକ ସନ୍ତୋଷ କୁମାର ଜେନା, ବିଏମ୍ସିର ପୂର୍ବତନ କର୍ପୋରେଟର ପି. ଆଶାରାନୀ, ସମାଜସେବୀ ପ୍ରଣବ କୁମାର ପଣ୍ଡା, ଗ୍ରେଟ୍ ଇଣ୍ଡିଆ ଇଣ୍ଟର୍ନେସ୍ନାଲ ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ଦାଶ, ସାବିତ୍ରୀ ପାତ୍ର, ପି. ବଳରାମ, ରଶ୍ମିତା ଦଳେଇ, ପୁଷ୍ପଲତା ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ପାଢ଼ୀ ଓ ଇଂ ଶିବରାମ ଚୌଧୁରୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଫଳତା କାମନା କରିଥିଲେ । କ୍ରାନ୍ତି ଅନୁଷ୍ଠାନର ଶିଶୁ କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ହୃଦୟସ୍ୱର୍ଶି ହୋଇପାରିଥିଲା । କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ, ନିର୍ମଳା ଦାଶ, ମନୋଜ ସାହୁ, ଗୀତା ସାହୁ, ଅନିଲ କୁମାର ସେଠୀ, ଲାବନ୍ୟା, ପ୍ରୀୟଂଶା ନାୟକ, ଧନଞ୍ଜୟ ପାଣିଗ୍ରାହୀ, ଅରୁଣ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଗୁପ୍ତେଶ୍ୱରୀ ପାତ୍ର, ଦିପ୍ତିମୟୀ ପଣ୍ଡା, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ ।


