ମା ମଙ୍ଗଳାଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ କଲେ ବାଇଧର
କୋଣାର୍କ, (ଗଣେଶ୍ୱର ବେହେରା):ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ବିଶାଳ ଶୋଭାଯାତ୍ରାରେ ଯାଇ ପୁରୀରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ତାଙ୍କୁ ବିଜେପି କର୍ମୀ ଓ ଭୋଟରଙ୍କ ତରଫରୁ ବିପୁଳ ସହଯୋଗ ମିଳିଛି। ମା ମଙ୍ଗଳାଙ୍କ ଆଶୀର୍ବାଦ ନେଇ ବାଇଧର ଏକ ବିଶାଳ ଶୋଭାଯାତ୍ରାରେ କାକଟପୁର ମଙ୍ଗଳାଙ୍କ ପୀଠରୁ ବାହାରି ବାଜପୁର, କୁଣ୍ଢେଇ, ଅନନ୍ଦବାଜର, ଇଣ୍ଡିରାବଜାର, ବାଲିଦୋକାନ, କୋଣାର୍କ, ନାଗାମଠ, ସୂତନ, ବାଲିକପିଳେଶ୍ଵର ଓ ବାଲିଘାଇ ଦେଇ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଅନୁଯାୟୀ ଓଡ଼ିଶାରେ ବିଜେଡିର ସମୟ ସରି ଯାଉଛି ଏବଂ ବିଜେପି ସରକାର୍ ଗଠନ ହେବ। ଡବଲ ଇଞ୍ଜିନ ସରକାର୍ ରାଜ୍ୟ ପାଇଁ ଅନେକ କାର୍ଯ୍ୟ କରିବ। ଏହି ନେଇ ବିଜେଡିକୁ ହରାଇ ବିଜେପି କାକଟପୁରରେ ବିଜୟ ଟୀକା ପିନ୍ଧିବ ବୋଲି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ମତବ୍ୟକ୍ତ କରିଛନ୍ତି। ଶୋଭାଯାତ୍ରାରେ ୧୦ହଜାରରୁ ଉର୍ଦ୍ଧ୍ଵ କର୍ମୀ ଓ ସହଯୋଗୀ ମାନେ ଯୋଗଦେଇ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ। ନିର୍ବାଚନ ମଣ୍ଡଳୀର ପ୍ରଥମ ପ୍ରାର୍ଥୀ ଭାବେ ବାଇଧର ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସର ଦୁର୍ବଳତା , ଅନ୍ତ କନ୍ଦଳ ଓ ବିଜେଡ଼ିର ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେପି ଫାଇଦା ନେବା ସହ ନିଶ୍ଚୟ ବିଜୟୀ ହେବ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବାଇଧର ମଲ୍ଲିକ ମତବ୍ୟକ୍ତ କରିଛନ୍ତି।