ପତ୍ନୀଙ୍କୁ କୁହନ୍ତୁନି ୩ଟି କଥା
ସାଧାରଣ ଭାବେ ନବବିବାହିତ ଯୁବକଙ୍କ ଲାଗି ପତ୍ନୀ ହେଉଛନ୍ତି ଦୁନିଆର ସବୁଠାରୁ ପ୍ରିୟ ମଣିଷ । ତାଙ୍କ ସହିତ ନିଜର ସୁଖଦୁଃଖ ବାଣ୍ଟିବାକୁ ଉଚିତ ମଣନ୍ତି । ମାତ୍ର ବାସ୍ତବ କଥା ହେଉଛି ପତ୍ନୀଙ୍କୁ ସବୁ କଥା କହିବା ବେଳେବେଳେ ଅସୁବିଧାରେ ପକାଏ । ପତ୍ନୀଙ୍କ ସହ କପଟତା ଆଚରଣ କରନ୍ତୁ ନାହିଁ । କିନ୍ତୁ ସମ୍ପର୍କ ଗଢ଼ି ଉଠିବା ପର୍ଯ୍ୟନ୍ତ କିଛି କଥାରେ ସଞ୍ଜମତା ଅବଲମ୍ବନ କରନ୍ତୁ । ତେବେ ନିମ୍ନରେ ଆଲୋଚ୍ୟ କଥାଗୁଡ଼ିକୁ ଭୁଲରେ ବି ନବବିବାହିତା ପତ୍ନୀଙ୍କୁ କୁହନ୍ତୁ ନାହିଁ । ସବୁ ପୁରୁଷଙ୍କ ଭଳି ଦରମା କହିବାକୁ ପଛାଇ ପାରନ୍ତି: ପତ୍ନୀଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ଆପଣଙ୍କ ଧର୍ମ । ମାତ୍ର ମନେରଖନ୍ତୁ, ଦିନକୁ ୩ ଥର ମାଛ ଖୁଆନ୍ତୁ ପଛେ ପୋଖରୀ ଦେଖାନ୍ତୁ ନାହିଁ । ମହିଳାଙ୍କର ଅର୍ଥ ପ୍ରତି ଟିକେ ଦୁର୍ବଳତା ଥାଏ । ତେଣୁ ଆବଶ୍ୟକ ପଡ଼ିଲେ ସେ ଟଙ୍କା ପାଇଁ ଆପଣଙ୍କ ପରିବାରକୁ ମଧ୍ୟ ଅଣଦେଖା କରିପାରନ୍ତି । ପୁରୁଣା ପ୍ରେମ ବିଷୟରେ ଭାବିଚିନ୍ତି କୁହନ୍ତୁ: ଆପଣ ଜୀବନରେ କାହାକୁ ବେଶି ଭଲପାଆନ୍ତି ତାହା ପତ୍ନୀଙ୍କ ସମ୍ମୁଖରେ ଆଦୌ ପ୍ରକାଶ କରନ୍ତୁ ନାହିଁ । ଏମିତିକି ବାପାମାଆଙ୍କୁ ଆପଣ ନିଜ ହୃଦୟରେ ସବୁଠାରୁ ଶୀର୍ଷ ସ୍ଥାନରେ ରଖିଛନ୍ତି ବୋଲି କେବେ ବି ପତ୍ନୀଙ୍କୁ କୁହନ୍ତୁନାହିଁ । ଈର୍ଷା ନାରୀର ଏକ ଗୁଣ । ତେଣୁ ତାଙ୍କ ସ୍ୱାମୀ ତାଙ୍କଠାରୁ ବେଶି ଆଉ କାହାକୁ ଭଲପାଆନ୍ତି ସେ କଥା ସେ ଆଦୌ ଗ୍ରହଣ କରିପାରିବେ ନାହିଁ । ନିଜର ଦୁର୍ବଳତା କଥା କହିବା ସ୍ପୃହଣୀୟ ନୁହେଁ: ନାନା କଥା କହି ପତ୍ନୀଙ୍କ ସହ ମଜା କରନ୍ତୁ । ମାତ୍ର ନିଜର ଦୁର୍ବଳତା ଆଦୌ ପ୍ରକାଶ କରନ୍ତୁ ନାହିଁ । ସମ୍ପର୍କରେ ସବୁବେଳେ ମିଠାପଣ ରହେ ନାହିଁ । ସାମାନ୍ୟ ଝଗଡ଼ା ହେଲେ ସେ ଆପଣଙ୍କ ଦୁର୍ବଳତା ନେଇ ଆପଣଙ୍କୁ ସମାଲୋଚନା କରିପାରନ୍ତି ।
ଆପ୍ଳିକେସନ୍ ଡାଉନ୍ଲୋଡ୍ କରୁଥିଲେ… ଏବେ ସ୍ମାର୍ଟ ଫୋନ୍ର ଯୁଗ । ଯୁବବର୍ଗ ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ସ୍ମାର୍ଟଫୋନ୍ର ବ୍ୟବହାର କରିବାକୁ ଉଚିତ୍ ମନେ କରୁଛନ୍ତି । ଏହି ସ୍ମାର୍ଟଫୋନ୍କୁ ନେଇ ଏକ ବିଶ୍ୱସ୍ତରୀୟ ଗବେଷଣା କରାଯାଇଥିଲା । ୩୦ ଲକ୍ଷ ଆଣ୍ଡ୍ରୋଏଡ଼୍ ମୋବାଇଲ୍ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏପରି ଅନେକ ଆପ୍ଲିକେସନ୍ ଆମେ ବ୍ୟବହାର କରିଥାଉ ଯାହା ଆମ ଫୋନ୍ର ଗତିକୁ ଖୁବ୍ ମନ୍ଥର କରିଥାଏ । ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍କୁ ପ୍ରଭାବିତ କରୁଥିବା କିଛି ଆପ୍ଲିକେସନ୍ ସମ୍ପର୍କରେ । ଅଧିକାଂଶ ଲୋକେ ‘ଗୁଗୁଲ୍ ମ୍ୟାପ୍’ ଆପ୍ଲିକେସନ୍କୁ ବ୍ୟବହାର କରନ୍ତି । ତେବେ ସ୍ମାର୍ଟଫୋନ୍କୁ ମନ୍ଥର କରିବାରେ ଏହି ଆପ୍ଲିକେସନ୍ର ମୁଖ୍ୟ ଭୂମିକା ରହିଥିବା କେତେକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ମ‘ହ୍ୟାଙ୍ଗଆଉଟ୍ସ୍ ଆପ୍ଲିକେସନ୍’ରେ ସମସ୍ତେ ପ୍ରାୟତଃ ଚ୍ୟାଟିଂ କରିଥା’ନ୍ତି । ଏହାର ବ୍ୟବହାର ଫୋନ୍କୁ ଧିର କରାଉଥିବା ମଧ୍ୟ କୁହାଯାଏ । ଗୁଗୁଲ୍ର ସୋସିଆଲ୍ ନେଟୱାର୍କିଂ ସାଇଟ୍ ‘ଗୁଗୁଲ୍ ପ୍ଲସ୍’ ବ୍ୟବହାର କଲେ ଫୋନ୍ ଆବଶ୍ୟକତା ଠାରୁ ଅଧିକ ମନ୍ଥର ଗତିରେ କାମ କରେ । ‘ଗୁଗୁଲ୍ ପ୍ଲେ ମ୍ୟୁଜିକ୍’, ‘ଗୁଗୁଲ ଟକ୍-ବ୍ୟାକ୍’, ‘ଗୁଗୁଲ ପ୍ଲେ-ନ୍ୟୁଜ୍ଷ୍ଟାଣ୍ଡ’, ‘ଚାଟ୍ ଅନ୍ଭଏସ୍’, ‘ଭିଡ଼ିଓ ଚାଟ୍’ ଆଦି ଆପ୍ଲିକେସନ୍କୁ ଆଦୌ ଡାଉନ୍ଲୋନ୍ ନକରିବା ଉଚିତ୍ । ଉପରୋକ୍ତ ସମସ୍ତ ଆପ୍ଲିକେସନ୍ ଚଳାଇବା ଦ୍ୱାରା ଆପଣଙ୍କ ଫୋନ୍ ଖୁବ୍ ମନ୍ଥର ହୋଇଯିବ । ଯଦ୍ୱାରା କୌଣସି ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।