ପାରଳା ବିଧାନସଭା ଆସନରେ କଂଗ୍ରେସର ବିଜୟ ନିଶ୍ଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ବିଧାନସଭା ଆସନରେ କଂଗ୍ରେସ ଦଳର ବିଜୟ ନିଶ୍ଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟମନ ରାଓ ଦୃଢତାର ସହ ପ୍ରକାଶ କରିଛନ୍ତି. ସେ କହିଛନ୍ତି ଯେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ମୋଟ ୪୨ ହଜାର ଭୋଟର ମତଦାନ କରିଛନ୍ତି. ଏହି ୪୨ ହଜାର ଭୋଟରୁ ୩୦ ହଜାରରୁ ଉର୍ଦ୍ଧ ଭୋଟ କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ପାଇବା ନିଶ୍ଚିତ. ସେହିପରି ପାରଳାଖେମୁଣ୍ଡି ସହର, କାଶୀନଗର ଏନଏସି, ଗୋଷଣୀ ବ୍ଲକ ଓ କାଶୀନଗର ବ୍ଲକ କଂଗ୍ରେସର ବିଜୟ ପାଇଁ ସଂଖ୍ୟାଧିକ କଂଗ୍ରେସ ପ୍ରେମୀଙ୍କ ଭୋଟ ବିଜୟ ପଟ୍ଟନାୟକ ପାଇଥିବା ଏକ ଅନୁଧ୍ୟାନରୁ ଜଣା ପଡିଛି ବୋଲି ଶ୍ରୀ ରାଓ ପ୍ରକାଶ କରି କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ପାରଳା ଆସନରୁ ଜିତିବା ନିଶ୍ଚିତ ବୋଲି ସେ ଦୃଢତାର ସହ ସେ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ