ନିର୍ବାଚନ ସରିଲା, ହେଲେ ଆମ ପାଣି ସମସ୍ୟା ଦୂର ହେଲା ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବର୍ତ୍ତମାନ ନିର୍ବାଚନ ଭୋଟ ଭିକ୍ଷା ସରିଗଲା. ହେଲେ ଦୀର୍ଘଦିନ ଧରି ରହିଥିବା ଆମ ପିଇବା ପାଣି ପାଣି ସମସ୍ୟା ଦୂର ହେଲା ନାହିଁ ବୋଲି ପତେଗୁଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁରୁ ପଞ୍ଚାୟତ ଅଧୂନରେ ଥ‌ିବା ପଟେଗୁଡ଼ା ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ଗ୍ରାମରେ ୬୦ ପରିବାରର ୩୫୦ରୁ ଅଧୂକ ଲୋକେ ବସବାସ କରୁଛନ୍ତି ବୋଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତି ଯେ, ଗତ ଦୁଇମାସ ହେଲା ପାଣି ପାଇଁ ଲୋକମାନେ ନାନା ଅସୁବିଧା ଭୋଗୁଛନ୍ତି । ଗ୍ରାମରେ ଦୁଇଟି କୁଅ ଏବଂ ଦୁଇଟି ନଳକୂଅ । କୂଅ ପାଣି ଶୁଖ୍ ଯାଇଥିବା ବେଳେ ନଳକୂପରୁ ଠିକ ରେ ପାଣି ବହାରୁନାନି। ବେଳେ ବେଳେ କଳଙ୍କି ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଯୋଗ୍ୟ ହେଉନି । କୂଅରୁ କମ ପରିମାଣରେ ଝରୁଥିବା ପାଣିକୁ ଅପେକ୍ଷା କରି ସଂଗ୍ରହ କରୁଛନ୍ତି । ଗ୍ରାମରେ ପାଣିର ସମସ୍ୟାକୁ ଦୂରକରିବାକୁ ପ୍ରଶାସନ ପକ୍ଷରୁ ଏକ ପାଣି ଟାଙ୍କି ସହ ଘର ସମ୍ମୁଖରେ ଷ୍ଟାଣ୍ଡ ପୋଷ୍ଟ ଲଗାଯାଇଥିଲା । ତଥାପି ୩ବର୍ଷରୁ ଉର୍ଦ୍ଧ୍ଵ ସମୟ ହେବ କାର୍ଯ୍ୟକ୍ଷମ ହୋଇପାରୁନି ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ରୁଜି ଯାଇଛି । ପ୍ରକଳ୍ପ ତଥାପି ହେଉନି ଜଳ ଯୋଗାଣ । ଏନେଇ ବିଭାଗୀୟ ଅଧୂକାରୀଙ୍କୁ ବାରମ୍ଵାର ଜଣାଇଥିଲେ ମଧ୍ଯ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବସୀ । ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ କରି ପାଣି ଯୋଗାଇବା ନିମନ୍ତେ ଦାବି କରି ଲୋକେ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ବର୍ତ୍ତମାନ ସାଧାରଣ ନିର୍ବାଚନ ସରିଲା. ନେତାମାନେ କଣ ଆଉ ଆମ ପାଣି ସମସ୍ୟାର ସମାଧାନ କରିବେ କି? ଜିଲ୍ଲା ପ୍ରଶାସନ ତେଣୁ ଆମ ପାଣି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ